Uncategorized

୨୪ ଘଣ୍ଟାରେ  ଦେଶରେ  ୯,୯୮୩ କରୋନା ଚିହ୍ନଟ

ନୂଆଦିଲ୍ଲୀ: ଜୁନ୍ ୮ ତାରିଖ ସକାଳ ୯ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୯,୯୮୩ଜଣ କରୋନା ଆକ୍ରାନ୍ତ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୦୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ସେହିପରି କରୋନାରେ ୭,୧୩୫ ଜଣ ମୃତ୍ୟୁବରଣ କରିଛନ୍ତି ଓ ଏବେ ୧୨୫୩୮୧ଟି ସକ୍ରିୟ ମାମଲା ରହିଛି ।
ମହାରାଷ୍ଟ୍ରରେ ୩୦୬୦ ଜଣ ମୃତ୍ୟୁବରଣ କରିଥିବା ବେଳେ , ଗୁଜରାଟରେ ୧୨୪୯ ଜଣ, ଦିଲ୍ଲୀରେ ୭୬୧ ଜଣ, ମଧ୍ୟପ୍ରଦେଶରେ ୪୧୨ ଜଣ, ପଶ୍ଚମବଙ୍ଗରେ ୩୯୬ ଜଣ, ଉତ୍ତରପ୍ରଦେଶରେ ୨୭୫ ଜଣ, ତାମିଲନାଡୁରେ ୨୬୯ ଜଣ,ରାଜସ୍ଥାନରେ ୨୪୦ ଜଣ, ତେଲେଙ୍ଗାନାରେ ୧୨୩ ଜଣ, ଆନ୍ଧ୍ରପ୍ରଦେଶରେ ୭୫ ଜଣ, କର୍ଣ୍ଣାଟକରେ ୬୧ ଜଣ, ଜମ୍ମୁ ଓ କଶ୍ମୀରରେ ୪୧ ଜଣ, ବିହାରରେ ୩୦ ଜଣ, ହରିୟାଣାରେ ୨୮ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୧ ଜଣ, କେରଳରେ ୧୫ ଜଣ, ଉତ୍ତରାଖଣ୍ଡରେ ୧୩ ଜଣ, ଝାଡ଼ଖଣ୍ଡରେ ୭ ଜଣ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶରେ ୫ ଜଣ ଲେଖା, ଆସାମ, ଛତିଶଗଡ଼ରେ ୪ ଜଣ ଲେଖା, ଲଦାଖ, ମେଘାଳୟରେ ୧ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

Related posts

କାଖର କଳାପଣ ଦୂର କରିବା ପାଇଁ କରନ୍ତୁ ଏହି କାମ

mahabharatanews

ବେଆଇନ ଅନୁପ୍ରବେଶ ବନ୍ଦ କରିବାକୁ ବିଏସଏଫ, ବିଜିବି ମଧ୍ୟରେ ଆଲୋଚନା

mahabharatanews

ପୂର୍ଣ୍ଣ ଦରମା ପାଇଁ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଉପରେ ଜବାବ ମାଗିଲେ ସୁପ୍ରିମ କୋର୍ଟ

mahabharatanews