Uncategorized

୨୪ ଘଣ୍ଟାରେ  ଦେଶରେ  ୯,୯୮୩ କରୋନା ଚିହ୍ନଟ

ନୂଆଦିଲ୍ଲୀ: ଜୁନ୍ ୮ ତାରିଖ ସକାଳ ୯ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୯,୯୮୩ଜଣ କରୋନା ଆକ୍ରାନ୍ତ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୦୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ସେହିପରି କରୋନାରେ ୭,୧୩୫ ଜଣ ମୃତ୍ୟୁବରଣ କରିଛନ୍ତି ଓ ଏବେ ୧୨୫୩୮୧ଟି ସକ୍ରିୟ ମାମଲା ରହିଛି ।
ମହାରାଷ୍ଟ୍ରରେ ୩୦୬୦ ଜଣ ମୃତ୍ୟୁବରଣ କରିଥିବା ବେଳେ , ଗୁଜରାଟରେ ୧୨୪୯ ଜଣ, ଦିଲ୍ଲୀରେ ୭୬୧ ଜଣ, ମଧ୍ୟପ୍ରଦେଶରେ ୪୧୨ ଜଣ, ପଶ୍ଚମବଙ୍ଗରେ ୩୯୬ ଜଣ, ଉତ୍ତରପ୍ରଦେଶରେ ୨୭୫ ଜଣ, ତାମିଲନାଡୁରେ ୨୬୯ ଜଣ,ରାଜସ୍ଥାନରେ ୨୪୦ ଜଣ, ତେଲେଙ୍ଗାନାରେ ୧୨୩ ଜଣ, ଆନ୍ଧ୍ରପ୍ରଦେଶରେ ୭୫ ଜଣ, କର୍ଣ୍ଣାଟକରେ ୬୧ ଜଣ, ଜମ୍ମୁ ଓ କଶ୍ମୀରରେ ୪୧ ଜଣ, ବିହାରରେ ୩୦ ଜଣ, ହରିୟାଣାରେ ୨୮ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୧ ଜଣ, କେରଳରେ ୧୫ ଜଣ, ଉତ୍ତରାଖଣ୍ଡରେ ୧୩ ଜଣ, ଝାଡ଼ଖଣ୍ଡରେ ୭ ଜଣ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶରେ ୫ ଜଣ ଲେଖା, ଆସାମ, ଛତିଶଗଡ଼ରେ ୪ ଜଣ ଲେଖା, ଲଦାଖ, ମେଘାଳୟରେ ୧ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

Related posts

ଚିକିତ୍ସା କ୍ଷେତ୍ରରେ ନର୍ସ ହେଉଛନ୍ତି ମେରୁଦଣ୍ଡ: ଶାହା

mahabharatanews

ଷ୍ଟେସନରେ ତିଆରି ହେଲା ଏ.ପି.ଜେ.ଅବଦୁଲ କଲାମଙ୍କ ପ୍ରତିମା

mahabharatanews

ଆତଙ୍କୀ ଫଣ୍ଡିଂ ମାମଲାରେ ହାଫିଜ ସଇଦକୁ ଜେଲ ଦଣ୍ଡାଦେଶ

mahabharatanews

Leave a Comment