Uncategorized

ପୂର୍ଣ୍ଣ ଦରମା ପାଇଁ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଉପରେ ଜବାବ ମାଗିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଲକଡାଉନ ସମୟରେ କର୍ମଚାରୀମାନଙ୍କ ଦରମା ପ୍ରଦାନକୁ ନେଇ ଏକ ଗୁରୁତପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରକୁ । କେନ୍ଦ୍ର ସରକାର ଲକଡାଉନ ସମୟରେ ନିଯୁକ୍ତିଦାତା କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ ବାଧ୍ୟ କରିପାରିବେ ନାହିଁ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୯ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ଜବାବ ଦାଖଲ କରିବାକୁ କରିବାକୁ କୋର୍ଟ କେନ୍ଦ୍ରକୁ ୪ ସପ୍ତାହ ସମୟ ଦେଇଛନ୍ତି । ଜଷ୍ଟିସ ଅଶୋକ ଭୂଷଣ, ଏସ.କେ. କଉଲ ଏବଂ ଏମ.ଆର. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।
ସୂଚନା ଅନୁସାରେ, ମାର୍ଚ୍ଚ ୨୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସଂସ୍ଥା, କମ୍ପାନୀ ପାଇଁ ଏକ ବିଜ୍ଞପ୍ତି ଜାର କରାଯାଇଥିଲା । ଏଥିରେ କର୍ମଚାରୀଙ୍କ ଦରମା ନୁଯୁକ୍ତିଦାତା ନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ବିରୋଧରେ କେତେକ କମ୍ପାନୀ ଏବଂ ଉଦ୍ୟୋକ୍ତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପିଟିଶନର ଶୁଣାଣି ସମୟରେ ଜଷ୍ଟିସ ଭୂଷଣ କହିଥିଲେ, ନିଯୁକ୍ତିଦାତାମାନଙ୍କ ବିରୋଧରେ ଏ ନେଇ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ନିଯୁକ୍ତିଦାତା ଏବଂ କର୍ମଚାରୀମାନେ ଆପୋସ ବୁଝାମଣା ଜରିଆରେ ଏ ନେଇ ନିଷ୍ପତ୍ତି ନେବେ। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗକୁ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମଧ୍ୟରେ ଆଲୋଚନାକୁ ସହଜ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଲକଡାଉନ ପାଇଁ ନିଯୁକ୍ତିଦାତାମାନେ କ୍ଷତିଗ୍ରସ୍ତ ହୋଇଥିବାରୁ କେନ୍ଦ୍ରର ବିଜ୍ଞପ୍ତି ଉପରେ କୋର୍ଟ ଜବାବ ମାଗିଛନ୍ତି । ଜୁଲାଇ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related posts

ଆଉ ୧୯ କୋରୋନା ପଜିଟିଭ୍ ଚିହ୍ନଟ

mahabharatanews

ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

mahabharatanews

ମା’ଙ୍କ ସହ ରହିବେ ରାହୁଲ ଗନ୍ଧି

mahabharatanews