ଅପରାଧ

ବୌଦ୍ଧ ଜଙ୍ଗଲରେ ହାତୀକୁ ଗୁଳିକରି ହତ୍ୟା

ବୌଦ୍ଧ: ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ଓ ଶିକାର ବଢିବାରେ ଲାଗିଛି । ଶିକାରୀ ଗୁଳିରେ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ଜଙ୍ଗଲରେ ପୁଣି ଏକ ଦନ୍ତାହାତୀର ମୃତ ହୋଇଛି । ମୃତ ଦନ୍ତାର ବୟସ ପ୍ରାୟ ୩ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ଜଙ୍ଗଲରେ ଦନ୍ତାହାତୀକୁ ଗୁଳିକରି ଶିକାର କରାଯାଇଛି । ତାର ଦେହରେ ଏକାଧିକ ଗୁଳି ଚିହ୍ନ ରହିଛି । କିନ୍ତୁ ହାତୀର ଦୁଇ ଦାନ୍ତ ପ୍ରାୟ ୪ଫୁଟ ଲମ୍ବର ହାତୀ ଶରୀରରେ ରହିଛି । ଜଙ୍ଗଲକୁ କିଛି ମହିଳା ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ମାଟୁ ନାଳରେ ଦନ୍ତାର ମୃତଦେହ ଦେଖିବାକୁ ପାଇଥିଲେ। ମାଧପୁର ରେଞ୍ଜର ବନ କର୍ମଚାରୀ ଖବର ପାଇ ଘଟଣାସ୍ଥଳରୁ ହାତୀର ମୃତଦେହ ଜବତ କରିଛନ୍ତି । ହାତୀଟିକୁ ଗୁଳିକରି ମାରିଥିଲେ ମଧ୍ୟ ଶିକାରୀ କୌଣସି କାରଣରୁ ହାତୀ ଦାନ୍ତ ନେବାରେ ବିଫଳ ହୋଇଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ବଡବିଲ ଜଙ୍ଗଲରେ ଦୁଇଟି ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା ।

Related posts

୨୦୦୮ ଜୟପୁର ବୋମା ବିସ୍ଫୋରଣ ମାମଲା, ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

mahabharatanews

ହାଇକୋର୍ଟ ଯିବାକୁ ପରୀଙ୍କ ମାଙ୍କୁ ନିର୍ଦ୍ଦେଶ

mahabharatanews

ଜମିବାଡି ବିବାଦକୁ ନେଇ ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ

mahabharatanews