ଓଡିଶା

ଆସନ୍ତା କାଲି ସୁଦ୍ଧା ବଡ଼ଦାଣ୍ଡ ଖାଲି କରିବାକୁ ଉଠା ଦୋକାନୀଙ୍କୁ ନୋଟିସ

ଜୟନ୍ତ ସେଠୀ/ ଗୋପ: ଜୁନ୨୩ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରଥ ପାଇଁ ସରକାରଙ୍କ ଅନୁମତିକୁ କେଵଳ ଅପେକ୍ଷା ରହିଛି। ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀ ଜିଲା ପ୍ରଶାସନ ପ୍ରକ୍ରିୟାକରଣ ଆରମ୍ଭ କରିଦେଇଛି। ବଡ଼ ଦାଣ୍ଡରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଆସନ୍ତା କାଲି ଅର୍ଥାତ୍ ଜୁନ ୧୯ ତାରିଖ ସୁଦ୍ଧା ଦୋକାନ ଉଠାଇନେବା ପାଇଁ କୁହାଯାଇଛି। ଏହିକ୍ରମରେ ଉଠା ଦୋକାନୀମାନେ ନିଜ ଦୋକାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରଂଭ କରିଛନ୍ତି। ୧୯ ତାରିଖ ସୁଧା ବଡ଼ଦାଣ୍ଡ ଖାଲି କରିବାକୁ ଉଠା ଦୋକାନୀଙ୍କୁ ପୁରୀ ପୌର ପାଳିକା ନୋଟିସ ଦେଇଛି। ସେହିପରି ସ୍ନାନଯାତ୍ରା ଭଳି ଏଥର ମଧ୍ୟ ଘୋଷଯାତ୍ରା ବିନା ଭକ୍ତରେ ହେବ। ଏଥିପାଇଁ ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା ବିଭିନ୍ନ ସାହିର ଗଳି ରାସ୍ତାକୁ ସିଲ କରିବା ପାଇଁ ପ୍ରକ୍ରିୟା ଆରଂଭ କରିଛି ପ୍ରଶାସନ। ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା ଗଳି ରାସ୍ତାକୁ ସିଲ ପାଇଁ ବ୍ୟାରି କେଡ଼ିଂ ବ୍ୟବସ୍ଥା ଆରଂଭ ହୋଇଛି। ଏହି ସବୁ ପ୍ରକ୍ରିୟାରୁ ରଥଯାତ୍ରା ଅୟୋଜନ ଚଳିତ ବର୍ଷ ହେବ ବୋଲି ପୁରୀବାସୀ ଆଶା ରଖିଛନ୍ତି।

Related posts

ରଥଯାତ୍ରାରେ ରଥ ଉପରେ ଚଢିବାକୁ ଏମାନଙ୍କୁ ମନା ।

mahabharatanews

ବଡ଼ବିଲରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ‘ବିଶ୍ୱ ପରିବେଶ ଦିବସ

mahabharatanews

ଭୁବନେଶ୍ୱର ସଂକ୍ରମିତ: ବିଏମସି, ବିଡିଏ ତଥ୍ୟରେ ରହିଛି ପାର୍ଥକ୍ୟ

mahabharatanews