ଓଡିଶା

ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

ବିଜୟ କାରୁଆ/ପାଟଣା: ପାଟଣା ଥାନା ଅଧୀନ ସୁଆମ ଖୁଣ୍ଟାପଡା ନାଏକ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବୁଧବାର ବଳଭଦ୍ର ନାଏକଙ୍କ ସାନପୁଅ ରଘୁ ନାଏକ ରାତିରେ ଖାଇସାରି ନିଜ ଶୋଇବା କୋଠରୀକୁ ଶୋଇବାକୁ ଯାଇଥିଲେ । ଗୁରୁବାର ସକାଳୁ ରଘୁ ନାଏକଙ୍କ ଉଠିବା ବିଳମ୍ବ ହୋବାରୁ ଘର ଲୋକେ କବାଟ ବାଡେଇ ଡାକି ଥିଲେ । ରଘୁ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଦେଖନ୍ତି ରଘୁଙ୍କ ଝୁଲନ୍ତା ମୃତଦେହ ଓହଳିଛି । ବେକରେ ଦଉଡି ଲଗାଇ ରାତିରେ ରଘୁ ଆତ୍ମହତ୍ୟା କରିଛନ୍ତି । ଘରଲୋକେ ତୁରନ୍ତ ପାଟଣା ଥାନାକୁ ଖବର ଦେଇଥିଲେ । ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ବ୍ୟବଛେଦ ନିମନ୍ତେ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା ।

Related posts

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୨ର ଉଦଘାଟନୀ ଉତ୍ସବ

mahabharatanews

ରାଜ୍ୟରେ ପୁଣି ୯ ଜଣଙ୍କ ଜୀବନ ନେଲା କରୋନା

mahabharatanews

ନନ୍ଦନକାନନରେ ଜନ୍ମ ନେଲା ଦୁଇମୁଣ୍ଡିଆ ବିରଳ କଇଁଛ

mahabharatanews