Uncategorized

ତିନି ମହଲା କୋଠା ଭୁଶୁଡି ୨ ମହିଳା ଗୁରୁତର

ମୁମ୍ବାଇ: ମୁମ୍ବାଇର ପୂର୍ବ ଜୋଗେଶ୍ୱରୀ ଅନ୍ତର୍ଗତ ମେଘୱାଡା ଅଞ୍ଚଳରେ ଥିବା ଏକ ଘର ଭୁଶୁଡି ପଡିବାରୁ ୨ ଜଣ ମହିଳା ଗୁରୁତରଭାବେ ଆହତ ହୋଇଥିବା ବ୍ରିହାନ ମୁମ୍ବାଇ ମୁନିସିପାଲ କର୍ପୋରେଶନର ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ଅନୁୁଯାୟୀ, ଦୁଇ ଆହତଙ୍କୁ ତୁରନ୍ତ କୋପର ହସ୍ପିଟାଲରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଛନ୍ତି । ଆଜି ମଧ୍ୟାହ୍ନ ୧.୩୦ରେ ମେଘୱାଡା ଅଞ୍ଚଳରେ ଥିବା ଏକ ତିନି ତାଲା କୋଠା ହଠାତ୍ ଭୁଶୁଡି ପଡିଥିଲା । ତୁରନ୍ତ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । କୋଠା ଭୁଶୁଡିବାକୁ ନେଇ ତଦନ୍ତ କରୁଛି ପୁଲିସ ।

Related posts

ବାଇକ ଧକ୍କାରେ ଟ୍ରକ ହେଲ୍ପର୍ ମୃତ

mahabharatanews

ଅନ୍ୟକୁ ଶୁଣିବା ବିଜେପିର ସିଦ୍ଧାନ୍ତ ନୁହେଁ: କପିଲ

mahabharatanews

କେନ୍ଦ୍ର ନିର୍ଦ୍ଦେଶକୁ କେଜରିୱାଲଙ୍କ ଅମାନ୍ୟ

mahabharatanews