Uncategorized

ତିନି ମହଲା କୋଠା ଭୁଶୁଡି ୨ ମହିଳା ଗୁରୁତର

ମୁମ୍ବାଇ: ମୁମ୍ବାଇର ପୂର୍ବ ଜୋଗେଶ୍ୱରୀ ଅନ୍ତର୍ଗତ ମେଘୱାଡା ଅଞ୍ଚଳରେ ଥିବା ଏକ ଘର ଭୁଶୁଡି ପଡିବାରୁ ୨ ଜଣ ମହିଳା ଗୁରୁତରଭାବେ ଆହତ ହୋଇଥିବା ବ୍ରିହାନ ମୁମ୍ବାଇ ମୁନିସିପାଲ କର୍ପୋରେଶନର ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ଅନୁୁଯାୟୀ, ଦୁଇ ଆହତଙ୍କୁ ତୁରନ୍ତ କୋପର ହସ୍ପିଟାଲରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଛନ୍ତି । ଆଜି ମଧ୍ୟାହ୍ନ ୧.୩୦ରେ ମେଘୱାଡା ଅଞ୍ଚଳରେ ଥିବା ଏକ ତିନି ତାଲା କୋଠା ହଠାତ୍ ଭୁଶୁଡି ପଡିଥିଲା । ତୁରନ୍ତ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । କୋଠା ଭୁଶୁଡିବାକୁ ନେଇ ତଦନ୍ତ କରୁଛି ପୁଲିସ ।

Related posts

ପ୍ରବଳ ବର୍ଷାରେ ଧୋଇଗଲା ରାଣିପୋଖରି-ରିଶିକେଶ ରାଜପଥ

mahabharatanews

କରୋନାରୁ ନିଜକୁ ସୁରକ୍ଷା ଦେଇପାରିନଥିବା ବ୍ୟକ୍ତି ଆମକୁ କି ସୁରକ୍ଷା ଦେବେ

mahabharatanews

ଫାରୁକ ଅବଦୁଲ୍ଲାଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶନାମା ଜାରି

mahabharatanews