ଅପରାଧ

ନିଜ ଘରୁ ଆଇଏଏସଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ଆଇଏଏସ ଅଧିକାରୀଙ୍କ ମୃତଦେହ ତାଙ୍କ ନିଜ ଘରୁ ଉଦ୍ଧାର ହୋଇଛି । ମୃତ ଆଇଏଏସ ହେଲେ ଏମ. ବିଜୟ ଶଙ୍କର । ବେଙ୍ଗାଲୁରୁର ଜୟାନଗରସ୍ଥିତ ଘରୁ ତାଙ୍କ ମୃତଦେଡ ମିଳିଥିବା ବେଳେ ମୃତ୍ୟୁର କାରଣ ଜଣାପଡିନାହିଁ । ତେବେ ସେ ଆଇଏମଏ ଚିଟଫଣ୍ଡ ଠକେଇ ମାମଲାରେ ସମ୍ପୃକ୍ତ ଥିଲେ । ପୁଲିସ ମୃତଦେହ ଉଦ୍ଧାର କରି ମାମଲାର ତଦନ୍ତ ଚଳାଇଛି ।
ପୁଲିସ ଅନୁଯାୟୀ, ଆଇଏମଏ ଚିଟଫଣ୍ଡ ଦୁର୍ନୀତିକୁ ଚପାଇବା ପାଇଁ ଶଙ୍କର ମୋଟା ଅଙ୍କ ନେଇଥିଲେ । ଏହାର ଅଭିଯୋଗ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ସରକାର ଏକ ୩ ଜଣିଆ ଟିମ୍‌ ଗଠନ କରିଥିଲେ ଏହାର ତଦନ୍ତ ପାଇଁ । ଏହି ଟିମ ୨୦୧୯ରେ ବିଜୟଙ୍କୁ ଗିରଫ କରିଥିଲା। ଏହା ପରେ ବିଜେପି ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲା। ସିବିଆଇ ତଦନ୍ତ କରିବା ସମୟରେ ବିଜୟ ଏବଂ ଅନ୍ୟ ୨ ଜଣ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜାଣି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ରାଜ୍ୟ ସରକାରଙ୍କୁ ଅନୁମତି ମାଗିଥିଲା।

Related posts

ଗଞ୍ଜେଇ ଚାଲାଣକାରୀ ପୁଲିସ କନେଷ୍ଟବଳ ଗିରଫ

mahabharatanews

ବାଇକ ଚୋରି ରାକେଟ ଠାବ; ୯ ବାଇକ ଜବତ

mahabharatanews

ଫାଶୀରେ ଝୁଲିବେ ନିର୍ଭୟା ବଳାତ୍କାରୀ ?

mahabharatanews

Leave a Comment