Uncategorized

କରୋନା ସଂକ୍ରମଣରେ ମୁମ୍ବାଇକୁ ପଛରେ ପକାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୧୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୧୪ ହଜାର ୮୯୪କୁ ବୃଦ୍ଧି ପାଇଛି। ଦେଶରେ ଏବେ ମୋଟ ୪ ଲକ୍ଷ ୭୩ ହଜାର ୧୦୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୧ ହଜାର ୬୯୬ ଜଣ ସୁସ୍ଥ ହୋଇଛନ୍ତି। ୧ ଲକ୍ଷ ୮୬ ହଜାର ୫୧୪ ସକ୍ରିୟ ରୋଗୀ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ କରୋନା ସଂକ୍ରମଣରେ ମହାରାଷ୍ଟ୍ରର ମୁମ୍ବଇ ଚିନ୍ତାର କାରଣ ହୋଇଆସୁଥିବା ବେଳେ ଏବେ ମୁମ୍ବାଇକୁ ପଛରେ ପକାଇଛି ଦିଲ୍ଲୀ। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟ।। ୭୦ ହଜାର ଅତିକ୍ରମ କରିଛି। ମୁମ୍ବଇରେ ମୋଟ ୬୯୫୨୮ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭୦୦୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଠାରେ ୩୯୬୪ ଜଣଙ୍କର ମୃତ୍ୟୁ ଘଟିଛି।

Related posts

ସୁନ୍ଦର ପିଚାଇ ‘ଆଲଫାବେଟ୍’ର ନୂଆ ସିଇଓ

mahabharatanews

ନରେଲା ଶିଳ୍ପାଞ୍ଚଳ ଜୋତା କାରଖାନାରେ ଅଗ୍ନିକାଣ୍ଡ

mahabharatanews

ମୋବାଇଲ ଦେଖିବାକୁ ବାରଣ କଲେ ବାପାମା’, କୋର୍ଟ ପହଞ୍ଚିଗଲେ ଭାଇଭଉଣୀ

mahabharatanews