Uncategorized

କରୋନା ସଂକ୍ରମଣରେ ମୁମ୍ବାଇକୁ ପଛରେ ପକାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୧୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୧୪ ହଜାର ୮୯୪କୁ ବୃଦ୍ଧି ପାଇଛି। ଦେଶରେ ଏବେ ମୋଟ ୪ ଲକ୍ଷ ୭୩ ହଜାର ୧୦୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୧ ହଜାର ୬୯୬ ଜଣ ସୁସ୍ଥ ହୋଇଛନ୍ତି। ୧ ଲକ୍ଷ ୮୬ ହଜାର ୫୧୪ ସକ୍ରିୟ ରୋଗୀ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ କରୋନା ସଂକ୍ରମଣରେ ମହାରାଷ୍ଟ୍ରର ମୁମ୍ବଇ ଚିନ୍ତାର କାରଣ ହୋଇଆସୁଥିବା ବେଳେ ଏବେ ମୁମ୍ବାଇକୁ ପଛରେ ପକାଇଛି ଦିଲ୍ଲୀ। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟ।। ୭୦ ହଜାର ଅତିକ୍ରମ କରିଛି। ମୁମ୍ବଇରେ ମୋଟ ୬୯୫୨୮ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭୦୦୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଠାରେ ୩୯୬୪ ଜଣଙ୍କର ମୃତ୍ୟୁ ଘଟିଛି।

Related posts

ସୀମାରେ ପାକରେ ଗୁଳିବର୍ଷା, ୨ ଭାରତୀୟ ଯବାନ ଶହୀଦ

mahabharatanews

ହିଂସାକୁ ଉସକାଇବା ଅଭିଯୋଗ

mahabharatanews

ଏସିଆର ପ୍ରଥମ ଧନୀ ହେଲେ ମୁକେଶ ଅମ୍ବାନୀ

mahabharatanews