Uncategorized

ବିକାଶର ୫ ସହଯୋଗୀଙ୍କୁ ଏନକାଉଣ୍ଟର ବିରୋଧରେ ପିଟିସନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏନକାଉଣ୍ଟର ବିରୋଧରେ ସୁପ୍ରିମ କୋର୍ଟରେ ପିଟିସନ ଦାଖିଲ ପର୍ବ ଆରମ୍ଭ ହୋଇ ଯାଇଛି । କୁଖ୍ୟାତ ଅପରାଧି ବିକାଶ ଦୁବେର ୫ ସହଯୋଗୀଙ୍କୁ ଏନକାଉଣ୍ଟରରେ ହତ୍ୟା କରାଯିବା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ପିଟିଶନ ଦାଖଲ କରାଯାଇଛି। ଆଜି ବିକାଶର ଏନକାଉଣ୍ଟର ପୂର୍ବରୁ ଏହି ପିଟିସନ ଦାଖଲ କରି ଆବେଦକ ବିକାଶକୁ ମଧ୍ୟ ଏନକାଉଣ୍ଟରରେ ହତ୍ୟା କରାଯିବାକୁ ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ଆବେଦକ ଦର୍ଶାଯାଇଛନ୍ତି, ପୁଲିସ ବିକାଶର ୫ ସହଯୋଗୀଙ୍କୁ ଏନକାଉଣ୍ଟରରେ ମାରିଛି। ବିକାଶ ସହିତ ବି ଏପରି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଥିରେ ସେ ବିକାଶକୁ ସୁରକ୍ଷା ଯୋଗାଇବାକୁ ବି ଅନୁରୋଧ କରିଥିଲେ।
ପିଟିଶନରେ ସେ କହିଥିଲେ, ଏନକାଉଣ୍ଟର ନାମରେ ପୁଲିସ ଅପରାଧୀମାନଙ୍କୁ ମାରିବା ଆଇନର ଅନୁପାଳନ ଏବଂ ମାନବାଧିକାରର ଉଲ୍ଲଂଘନ । ଏସବୁ ଏନକାଉଣ୍ଟରର ସିବିଆଇ ଦ୍ବାରା ତଦନ୍ତ କରାଇବାକୁ ପିଟିଶନରେ ଅନୁରୋଧ କରାଯାଇଛି।

Related posts

ଜେଏନୟୁ ଛାତ୍ର ସଂସଦ ସଭାପତିଙ୍କ ସମେତ ୨୦ ଜଣଙ୍କ ନାଁରେ ଏତଲା

mahabharatanews

୪୮ ଘଣ୍ଟାରେ ୪ ଯବାନ ଶହୀଦ

mahabharatanews

ତ୍ୱଚାକୁ ଚମକାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

mahabharatanews