Uncategorized

ବିଶାଖାପାଟଣା ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ଜଣେ ମୃତ ୪ ଆହତ

(ବିଶାଖାପାଟଣା): ରବିବାର ରାତିରେ ବିଶାଖାପାଟନମର ପାର୍ବଡା ସ୍ଥିତ ଫାର୍ମା ସିଟିରେ ଏକ ଔଷଧ କମ୍ପାନୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି, ଯାହା ଫଳରେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ଓ ଅନ୍ୟ ବହୁ ଗୁରୁତର ହୋଇଥିବା ସୂଚନା ମିଳିଛି । ପାର୍ବଡା ଅଞ୍ଚଳର ଜବାହରଲାଲ ନେହେରୁ ଫାର୍ମା ସିଟିରେ ଥିବା ରାଙ୍କି ସିଇଟିପି ସଲଭେଣ୍ଟସ୍ ପ୍ଲାଣ୍ଟର ଏକ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୧୭ଟି ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଯାହାକୁ ଏକ କିଲୋମିଟରରୁ ଅଧିକ ଦୂରରୁ ଦେଖିହେଉଥିଲା। ଫାର୍ମା ସିଟିରେ ଥିବା ରାସାୟନିକ ଉତ୍ପାଦନକାରୀ ବିଶାଖା ସଲଭେଣ୍ଟସ୍ ଲିମିଟେଡରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି।
ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଅଗ୍ନିଶମ ଦଳ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଖବର ଅନୁଯାୟୀ ନିଆଁ ରିଆକ୍ଟରରୁ ଆରମ୍ଭ ହୋଇ ପ୍ଲାଣ୍ଟର ଅନ୍ୟ ଅଂଶକୁ ବ୍ୟାପି ଯାଇଥିଲା।
ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ରମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ରାତି ଡ୍ୟୁଟିରେ ଥିବା ଶ୍ରମିକ ଓ କର୍ମଚାରୀମାନେ ନିରାପଦରେ ଫେରିଆସିବା ନେଇ କାମନା କରିଛନ୍ତି। ଅଗ୍ନିକାଣ୍ଡର ଦୃଶ୍ୟକୁ ସେ ଅତି ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି।

Related posts

୭ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

mahabharatanews

ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର, ୩ ଆତଙ୍କୀ ନିହତ

mahabharatanews

ଆଲିଗଡ ମୁସଲିମ ୟୁନିଭରସିଟି ଜାନୁଆରୀ ୫ ଯାଏ ବନ୍ଦ

mahabharatanews