ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ସାର ରାଜ୍ୟରେ କୋରାନା ହୁହୁ ହୋଇ ବଢୁଥିବା ବେଳେ ଗଞ୍ଜାମର ସ୍ଥିତି ଦୟନୀୟ ରହିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କରୋନା କଟକଣାକୁ ପୁଣି କଡାକଡି ଲାଗୁ କରିଛନ୍ତି । ବିବାହ, ଶୁଦ୍ଧିକ୍ରିୟାକୁ ମଧ୍ୟ କଟକଣା ଅନ୍ତର୍ଭୁକ୍ତ କରାଯାଇଛି । କିନ୍ତୁ ଏହାକୁ ବିରୋଧ କରି ଏକ ଦ୍ୱାଦଶାହ ଭୋଜିରେ ୫୦୦ରୁ ଅଧିକ ଲୋକଙ୍କ ସମାଗମ ପରି ଘଟଣା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ବୁଧବାର ହିଞ୍ଜିଳି ଥାନା ବିଷୋୟୀ ନୁଆଁପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି । ଖବର ପାଇ ଉକ୍ତ କାର୍ୟ୍ୟରେ ପୁଲିସ ହସ୍ତକ୍ଷେପ କରି ବାରଣ କରିବା ପରେ ପୁଲିସକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ଠେଲାପେଲା କରାଯାଇଛି । ଏହି ଘଟଣାରେ ହିଞ୍ଜିଳି ପୁଲିସ ୩ ଜଣଙ୍କୁ ଗିରଫ କରିଛି ।
କୌଣସି ସୂତ୍ରରୁ ଖବର ପାଇ ଶେରଗଡ଼ ତହସିଲଦାର ଡ଼ଃ. ଦୟାସନ୍ଧୁ ପରିଡ଼ାଙ୍କ ଅଭିଯୋଗ ପ୍ରକାରେ ହିଞ୍ଜିଳି ଥାନାରେ ନଂ-୨୫୮/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଗିରଫ ୩ ଜଣଙ୍କୁ ଗିରଫ କରିଛି । କରୋନା କଟକଣାକୁ ଅବମାନନା କରୁଥିବା ଗିରଫ ମାନେ ହେଲେ ସଂପୃକ୍ତ ଗ୍ରାମର କାଳୁ ବିଷୋୟୀ, ଜିମି ବିଷୋୟୀ ଓ ଅଜିତ ବିଷୋୟୀ । ଗିରଫ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଏକ ପ୍ରେସ ପତ୍ର ଗଣମାଧ୍ୟମକୁଂ ଦେଇଛନ୍ତି
previous post
next post