Uncategorized

ଚୀନରେ ଆଉ ଏକ ଭୂତାଣୁ ସଂକ୍ରାମକ ରୂପ ନେଉଛି: ୭ ଜଣଙ୍କ ମୃତ୍ୟୁ

ବେଜିଂ: ଚୀନରୁ ସୃଷ୍ଟ ମହାମାରୀ କରୋନା ଭୂତାଣୁ ସାରା ବିଶ୍ୱରେ ଅଚଳାବସ୍ଥା ସୃଷ୍ଟି କରିଛି । ଏପରି ସମୟରେ ଚୀନରେ ଆଉ ଏକ ଭୂତାଣୁ ସଂକ୍ରାମକ ରୂପ ନେଉଥିବା ସୂଚନା ମିଳିଛି । ଏହି ଭୂତାଣୁର ନାଁ ହେଉଛି ସିଭିୟର ଫିଭର ୱିଥ୍‌ ଥ୍ରୋମ୍ବୋସାଇଟୋପେନିଆ ସିଂଡ୍ରୋମ (ଏସଏଫଟିଏସ) । ଏହି ନୂତନ ଭୂତାଣୁ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ସଂକ୍ରମିତ ହୋଇଥିବା ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି।
ଏହା ଏକ କୀଟ ବାହିତ ଭୂତାଣୁ। ପ୍ରାଥମିକ ସ୍ତରରେ ଏହି ଭୂତାଣୁ ଏକ କୀଟଠାରୁ ମଣିଷ ଶରୀରକୁ ପ୍ରବେଶ କରୁଥିଲା । ଏବେ ଏହା ମଣିଷଠାରୁ ମଣିଷକୁ ବ୍ୟାପୁଥିବା ଆଶଙ୍କା କରାଯାଉଛି। ପୂର୍ବ ଚୀନର ଜିଆଙ୍ଗସୁ ପ୍ରଦେଶରେ ୩୭ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜୁନରେ ଜଣାପଡ଼ିଥିଲା। ଏହା ପରେ ଅନହୁଇ ପ୍ରଦେଶର ୨୩ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଅନହୁଇ ଏବଂ ଝେଜିଆଙ୍ଗ ପ୍ରଦେଶରେ ୭ ଜଣଙ୍କର ମୃତ୍ୟୁ ଘଟିଏଥିରେ ଆକ୍ରାନ୍ତ ହୋଇଥିବା ଜଣେ ମହିଳାଙ୍କଠାରେ ଜ୍ଵର ଏବଂ କାଶର ଲକ୍ଷଣ ଦେଖିବାକୁ ମିଳିଥିଲା। ପରୀକ୍ଷା ନିରୀକ୍ଷା ପରେ ଏହା ଦ୍ବାରା ଶରୀରରେ ଲ୍ୟୁକୋସାଇଟ୍‌ ଏବଂ ବ୍ଲଡ୍‌ ପ୍ଲେଟ୍‌ଲେଟ୍‌ ହ୍ରାସ ପାଉଥିବା ଡାକ୍ତରମାନେ ଜାଣିବାକୁ ପାଇଛନ୍ତି। ତେବେ ଏହା କୌଣସି ନୂଆ ଭୂତାଣୁ ନୁହେଁ। ୨୦୧୦ରେ ଏହି ଭୂତାଣୁ ଚୀନରେ ଠାବ ହୋଇଥିଲା। ଏହାର ସଂକ୍ରମତାକୁ ଦେଖି ବିଶ୍ୱ ଆଉ ଏକ ଭୂତାଣୁ ଆକ୍ରମଣ ଶିକାର ହେବା ସମ୍ଭାବନା ସୃଷ୍ଟି ହୋଇଛି ।

Related posts

ଘରେ ପ୍ରସ୍ତୁତ କରନ୍ତୁ ମଟନ କିମା ବିରିୟାନୀ

mahabharatanews

ଘନ କେଶ ପାଇଁ ଉପକାରୀ ଅଦା

mahabharatanews

ବୁଡ଼ିଲା ମାଲକାନଗିରି କାଙ୍ଗୁରୁକୋଣ୍ଡା ପୋଲ

mahabharatanews