ନୂଆଦିଲ୍ଲୀ: କରୋନା ପାଇଁ ବିଶ୍ୱ ବ୍ୟାପୀ ଅସ୍ଥିରତା ସୃଷ୍ଟି ହୋଇଛି । ଏହି ସମସ୍ୟାର ସାମାଧାନ ନ ହେଉଣୁ ନୂଆ ଏକ ଭୂତାଣୁଜନିତ ରୋଗ ଆମେରିକା ଓ କାନାଡାର ଚିନ୍ତା ବଢାଇ ଦେଇଛି । ସବୁଠାରୁ ବଡ ସମସ୍ୟା ହେଉଛି, ଏହା ପିଆଜରୁ ସୃଷ୍ଟି ହେଉଛି । କାଲିଫର୍ଣ୍ଣିଆରେ ଚାଷ କରାଯାଉଥିବା ଲାଲ୍ ପିଆଜ ସଲମୋନେଲା ସଂକ୍ରମଣର ସମ୍ଭାବ୍ୟ ବାହକ ହୋଇଛି । ଆମେରିକା ଏବଂ କାନାଡାର ୫୦୦ରୁ ଅଧିକ ଲୋକଙ୍କୁ ରୋଗ ସଂକ୍ରମିତ ହୋଇଥିôବା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହି ସଂକ୍ରମଣରେ ପ୍ରଥମେ ବ୍ୟକ୍ତିଙ୍କୁ ଜ୍ୱର ହେବା ସହ ପେଟ ବଥା ହୋଇଥାଏ । ବ୍ୟାକ୍ଟେରିଆ ସଂକ୍ରମିତ ହେବାର ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଲକ୍ଷଣ ଦେଖା ଦେଇପାରେ । ସଂକ୍ରମଣ ବଢିଲେ ତାହା ପୂରା ଶରୀରକୁ ବ୍ୟାପୀ ଯାଇଥାଏ । ମାରାତ୍ମକ ଭୂତାଣୁରେ ଶିଶୁ ଓ ୬୫ ବର୍ଷଠାରୁ ଅଧିକ ବୟସ୍କ କ୍ଷତିଗ୍ରସ୍ତ ହୋଇଥାନ୍ତି ।
ଆମେରିକାର ୩୪ଟି ରାଜ୍ୟରେ ନିଶ୍ଚିତ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଶନିବାର ସୁଦ୍ଧା ଓରେଗନରୁ ୭୧, ଉଟହରୁ ୬୧ ଏବଂ କାଲିଫର୍ଣ୍ଣିଆରୁ ୪୯ ଜଣ ସଂକ୍ରମିତ ହୋଇଥିବା ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ ଆଡମିନିଷ୍ଟ୍ରେସନ୍ କହିଛି। କାନାଡାର ଜନସ୍ୱାସ୍ଥ୍ୟ ଏଜେନ୍ସି ରିପୋର୍ଟ କରିଛି ଯେ ଦେଶରେ ୧୧୪ଟି ସଲମୋନେଲା ମାମଲା ରହିଛି ଏବଂ ଅତି କମରେ ୧୬ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାରେ ୩୯୬ ରୋଗାକ୍ରାନ୍ତ ହେବା ସହ ୫୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରିପୋର୍ଟ କରାଯାଇଛି। କାଲିଫର୍ଣ୍ଣିଆର ବକର୍ସଫିଲ୍ଡର ଉତ୍ପାଦ ଯୋଗାଣକାରୀ ସଂସ୍ଥା ଥମସନ୍ ଇଣ୍ଟରନ୍ୟାସନାଲ୍ ପ୍ରଦୂଷିତ ଲାଲ ପିଆଜର ଉତ୍ସ ଭାବରେ ଚିହ୍ନଟ ହୋଇଛି।
ଅଧିକାରୀକ ସୂତ୍ରକୁ କୁହାଯାଇଛି କି, ୩୪ ରାଜ୍ୟରେ ଯେଉଁ ସଂକ୍ରମଣ ବ୍ୟାପିଛି ତାହାର ଉତ୍ସ ହେଉଛି ନାଲି ପିଆଜ । ୧୯ ଜୁନ ରୁ ୧୧ ଜୁଲାଇ ମଧ୍ୟରେ ଏହି ମାରାତ୍ମକ ଭୂତାଣୁ ବ୍ୟାପୀଥିବା ତଦନ୍ତରୁ ଜଣାଯାଇଛି । ଆଉ ସେବେଠାରୁ ଲଗାତାର ଭାବରେ ସଂକ୍ରମଣର ମାମଲା ବୃଦ୍ଧି ପାଇବାରେ ଲାଗିଛି। ।
previous post
