Uncategorized

ଆତଙ୍କୀ ଆକ୍ରମଣରେ ଦୁଇ ପୁଲିସ କର୍ମୀ ସହିଦ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ପୁଲିସ କର୍ମୀ ସହିଦ ହୋଇଛନ୍ତି । ଶୁକ୍ରବାର ସକାଳେ ଶ୍ରୀନଗର ନିକଟବର୍ତ୍ତୀ ନୌଗାମ୍ ବାଇପାସ୍ରେ ପୁଲିସ ପାର୍ଟି ଉପରେ ଏହି ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଏହି ଆକ୍ରମଣ କେଉଁ ଆତଙ୍କବାଦୀ ଗୋଷ୍ଠୀ କରିଛି ତାହା ଜଣାପଡି ନାହିଁ ।
ଗତ କିଛି ଦିନ ତଳେ ଆତଙ୍କବାଦୀଙ୍କ ପକ୍ଷରୁ ପୋଲିସ ଟିମ୍ ଏବଂ ସୈନ୍ୟବାହିନୀ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଚାଲିଛନ୍ତି । ଦୁଇ ଦିନ ପୂର୍ବରୁ ବାରମୂଳା ସୋପୋରରେ ସୈନ୍ୟବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିଲେ ।

Related posts

ତାମିଲନାଡୁ: ୧୫ରୁ ଜାଲିକାଟୁ ପ୍ରତିଯୋଗିତା, ଭାଗ ନେବେ ୨ ହଜାର ଷଣ୍ଢ

mahabharatanews

ମିଜୋରାମରେ ଭୂକମ୍ପ

mahabharatanews

ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା ଦାବି କଲା ଜେଏନୟୁ ଛାତ୍ର ସଂସଦ

mahabharatanews