Uncategorized

ସର୍ବଧର୍ମ ପୂଜା ପରେ ଏୟାର ଫୋର୍ସରେ ସାମିଲ ହେଲା ରାଫେଲ

ଅମ୍ବାଲା: ଫ୍ରାନ୍ସର ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ ଆଜି ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଅମ୍ବାଲା ଏୟାରଫୋର୍ସରେ ଭବ୍ୟ ସମାରୋହ ମଧ୍ୟରେ ସର୍ବଧର୍ମ ପୂଜା ପରେ ଏହି ବିମାନ ସେନାରେ ସାମିଲ ହୋଇଛି । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଫ୍ରାନ୍ସର ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି, ବାୟୁସେନା ମୁଖ୍ୟ ସାମିଲ ଥିଲେ । ଏହା ଭାରତୀୟ ବାୟୁସେନାର ସବୁଠୁ ଉନ୍ନତମାନର ଫାଇଟର ଜେଟ୍। ଯେକୌଣସି ପରିସ୍ଥିତି ଓ ପରିବେଶରେ ଏହା ନିୟୋଜିତ ହୋଇପାରିବ ।
ଏହା ଏକ ଦୁଇ ଇଞ୍ଜିନବିଶିଷ୍ଟ ବିମାନ ଯାହାର ଆବଶ୍ୟକତା ଭାରତୀୟ ବାୟୁସେନାକୁ ଆବଶ୍ୟକ ଥିଲା। ଏହାର ରେଟ୍ ଅଫ୍ କ୍ଳାଇମିଂ ରହିଛି ସେକେଣ୍ଡ ପ୍ରତି ୩୦୦ ମିଟର, ଯାହା ଦ୍ବାରା ଏହା ଚୀନ ପାକିସ୍ତାନକୁ ମଧ୍ୟ ମାତ୍ ଦିଆଯାଇପାରିବ। ଏହାର ଅର୍ଥ ରାଫେଲ ଗୋଟିଏ ମିନିଟ୍‌ରେ ୧୮ ହଜାର ମିଟର ଉଚ୍ଚକୁ ଯାଇପାରେ। ଲଦାଖ ସୀମା ଦୃଷ୍ଟିରୁ ଏହି ରାଫେଲ ପୂରା ଉପଯୁକ୍ତ। ଥରେ ଏଥିରେ ଇନ୍ଧନ ଭରିବା ମାତ୍ରେ କ୍ରମାଗତ ୧୦ ଘଂଟା ଉଡାଣ ଭରିପାରେ। ଏହା ପବନରେ ବି ଇନ୍ଧନ ଭରିବାକୁ ସକ୍ଷମ। ଯେମିତି ଏହା ଫ୍ରାନ୍ସରୁ ଭାରତ ଆସିବା ସମୟରେ କରିଥିଲା। ରାଫେଲରେ ଲାଗିଥିବା ଗନ୍ ମିନିଟିଏରେ ୨୫୦୦ ଫାୟାର କରିବାକୁ ସକ୍ଷମ। ଏଥିରେ ଲାଗିଥିବା ରାଡର ସିଷ୍ଟମ ୧୦୦ କିଲୋମିଟର ଦୂରତ୍ବରେ ଥରକରେ ଏକାସାଙ୍ଗରେ ୪୦ ଟାର୍ଗେଟକୁ ଚିହ୍ନଟ କରିପାରେ। ଏହା ୨୪,୫୦୦ କିଲୋଗ୍ରାମ ଭାର ଉଠାଇବାକୁ ସକ୍ଷମ। ଏହା ସହ ୬୦ ଘଂଟାର ଅତିରିକ୍ତ ଉଡାଣ ଭରିବା ଗ୍ୟାରେଣ୍ଟି ଦିଏ।
ଏବେ ଭାରତ ନିକଟରେ ୫ ରାଫେଲ ଲଢ଼ୁଆ ବିମାନ ରହିଛି। ୨୦୨୨ ସୁଦ୍ଧା ଏହାର ସଂଖ୍ୟା ୩୬ ହେବା ଆଶା ରହିଛି। ଏହାକୁ ଭିନ୍ନ ଭିନ୍ନ ଏୟାରବେସରେ ମୁତୟନ କରାଯାଇପାରେ। ଏବେ ଏହା ଅମ୍ବାଲା ଏୟାରବେସ୍‌ରେ ମୁତୟନ ରହିଛି ଯାହା ଚୀନ ଓ ପାକିସ୍ତାନ ସୀମା ନିକଟବର୍ତ୍ତୀ । ଉଭୟ ଦେଶ ସହ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ରାଫେଲକୁ ଅମ୍ବାଲାରେ ମୁତୟନ କରାଯାଇଛି ।

Related posts

ଅଣ୍ଡର ୱାଲ୍ଡ ଡନ୍ ଦାଉଦ, ତାର ପତ୍ନୀ କରୋନା ଆକ୍ରାନ୍ତ

mahabharatanews

ଚଣ୍ଡିଗଡ ହାଇକୋର୍ଟର ବିଜାରପତି ଭାବେ ଶପଥ ନେଲେ ମୁରଲିଧର

mahabharatanews

ନୂଆଦିଲ୍ଲୀ: ଆମେରିକା ବିପକ୍ଷରେ ପ୍ରଦର୍ଶନ

mahabharatanews