ଓଡିଶା

କାଲିମେଳା ବରିଷ୍ଠ ବିଇଓ ଭାବେ ଦାୟିତ୍ୱ ନେଲେ ହିମାଂଶୁ ସମରଥ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି କାଲିମେଳା ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧୀକାରୀ (ବିଇଓ) ଭାବେ ହିମାଂଶୁ ଭୂଷଣ ସମରଥ ଶୁକ୍ରବାର ନିଜ କାର୍ୟ୍ୟରେ ଯୋଗଦାନ କରିଛନ୍ତି କ୍ଷ ଗତ ୩୧ ଜୁଲାଇରେ ଗଙ୍ଗାଧର ପଟ୍ଟନାୟକ ଅବସର ଗ୍ରହଣ କରିବା ପରେ ଏହି ପଦବି ଖାଲି ରହିଥିଲା। ଶ୍ରୀ ସମରଥ ଏହା ପୂର୍ବରୁ ମାଲକାନଗିରି ବିଇଓ ଭାବେ ଗତ ଜୁଲାଇ ୨୩ ତାରିଖରୁ କାର୍ୟ୍ୟ କରୁଥିବା ବେଳେ ସେ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ପଦନ୍ନତୀ ପାଇ ବରିଷ୍ଠ ବିଇଓ ଭାବେ କାଲିମେଳାରେ ଯୋଗଦାନ କରିଛନ୍ତି । ସେ ଯୋଗ ଦାନ କରିବା ସମୟରେ ଏବିଇଓ ଚିନ୍ତା ହରଣ ମଧୁ, ବିଆରସିସି ଅସିତ ମିସ୍ତ୍ରୀ, ଏବିଇଓ ରବିନ୍ଦ୍ର ନାଥ ଧରଙ୍କ ସମେତ ଶିକ୍ଷକ ସଂଘର ସଭାପତି ଧ୍ରୁବ ଚରଣ ନାୟକ, ସମ୍ପାଦକ ଜୟନ୍ତ ଜୁମାର ସାମଲ, ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ରମେଶ ଚନ୍ଦ୍ର ପ୍ରଧାନ, ରତ୍ନାକର ସାମଲ, ବରିଷ୍ଠ କିରାଣି ଅରୁଣ ଦେଙ୍କ ସମେତ ଅନ୍ୟାନ୍ୟ ଅଫିସ କର୍ମଚାରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ସମାଜିକା ଦୂରତା ଏବଂ ମାସ୍କ ବ୍ୟବହାର କରି ବିଇଓଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ କ୍ଷ ଦାୟିତ୍ୱ ଗ୍ରହଣ ପରେ କାଲିମେଳା ବ୍ଲକରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ନେଇ କଣ ସବୁ କରିବାର ଯୋଜନା ରହିଛି ବୋଲି ବରିଷ୍ଠ ବିଇଓ ଶ୍ରୀ ସମରଥଙ୍କୁ ପଚରାଯାଇଥିଲା । ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି, ଅଭିଭାବକମାନଙ୍କ ମଧ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରିବା ସହ ପିଲାମାନଙ୍କୁ ବିଦ୍ୟାଳୟ ଅଭିମୁଖୀ ପାଇଁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି । ଶିକ୍ଷକ ମାନଙ୍କର ସମାୟନୁବର୍ତିତା ପାଇଁ ପରାମର୍ଶ, ଶ୍ରେଣୀରେ ଶିକ୍ଷା ଉପକରଣ ମାଧ୍ୟମରେ ଶିକ୍ଷା ଦାନ ଦେବା ପାଇଁ ଶିକ୍ଷକଙ୍କୁ ପରାମର୍ଶ ଦିଆଯିବା ନେଇ ସେ ଆଶାବାଦୀ ଥିବା କହିଛନ୍ତିି ।

Related posts

ମହାନତା ଦେଖାଇଲେ ଥାନା ଅଧିକାରିଣୀ

mahabharatanews

ନିଶାମୁକ୍ତି ପାଇଁ ପୋଲିସର ସାମୂହିକ ଶପଥ

mahabharatanews

ପୋଲିସକୁ ମାଡ ମାରିବା ଘଟଣା: ଦୁଇଜଣଙ୍କୁ କୋର୍ଟ ଚାଲାଣ ବେଳେ ଡ୍ରଇଭରଙ୍କ ଉତ୍ତେଜନା

mahabharatanews