Uncategorized

ହାଥରସ ଗଣଦୁଷ୍ମର୍ମ ମାମଲାରେ ଯୋଗୀଙ୍କ ଇସ୍ତଫା ଦାବିକଲେ ପ୍ରିୟଙ୍କା

ଆଲାହାବାଦ: ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ଗତକାଲି ରାତିରେ ମୃତ୍ୟୁ ହୋଇଛି । ପୀଡିତାଙ୍କ ମୃତ୍ୟୁ ପରେ ୟୁପି ପୁଲିସ ପୀଡିତାଙ୍କ ପରିବାରକୁ ମୃତଦେହ ଦେଖିବାକୁ ମଧ୍ୟ ଦେଇନାହିଁ । ଏପରି କି, ପୀଡିତାଙ୍କ ପରିବାରଜନଙ୍କ ଅନୁପସ୍ଥିତିରେ ତରବରିଆ ଭାବେ ରାତି ପ୍ରାୟ ୨.୩୦ରେ ଶବ ସକ୍ରାର କରିଛି ପୁଲିସ । ଏହାକୁ ନେଇ ଉତ୍ତର ପ୍ରଦେଶରେ ରାଜନୀତି ସରଗରମ ହୋଇଛି ।
ଏହାକୁ ନେଇ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା ଟ୍ବିଟରେ ଲେଖିଛନ୍ତି ‘‘ରାତି ୨.୩୦ରେ ପୀଡ଼ିତାଙ୍କ ପରିବାର ଲୋକ ବିକଳ ହୋଇ କାନ୍ଦୁଥିଲେ, କିନ୍ତୁ ଉତ୍ତରପ୍ରଦେଶ ପ୍ରଶାସନ ଜବରଦସ୍ତି ପୀଡିତାଙ୍କ ମୃତ ଦେହ ଜାଳିଦେଲା। ଯେତେବେଳେ ସେ ଜୀବିତ ଥିଲେ ସେତେବେଳେ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲା ନାହିଁ। ତାଙ୍କ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ଠିକ୍ ସମୟରେ ଚିକିତ୍ସା ଯୋଗାଇ ପାରିଲା ନାହିଁ। ପୀଡ଼ିତାଙ୍କ ମୃତ୍ୟୁ ପରେ ଘର ଲୋକଙ୍କଠାରୁ ଝିଅର ଅନ୍ତିମ ସଂସ୍କାର ଅଧିକାର ଛଡ଼ାଇ ନେଲା ସରକାର । ଏହା ଅତ୍ୟନ୍ତ ଅମାନବୀୟ। ଆପଣ ଅପରାଧ ରୋକି ନାହାନ୍ତି ବରଂ ଅପରାଧୀଙ୍କ ଭଳି ବ୍ୟବହାର କରିଛନ୍ତି। ଅତ୍ୟାଚାର ନ ରୋକି ନୀରିହ କୋମଳ ଝିଅ ଓ ତାର ପରିବାର ଉପରେ ଦ୍ବିଗୁଣା ଅତ୍ୟାଚାର କରିଛନ୍ତି। ଯୋଗୀ ଆଦିତ୍ୟନାଥ ଇସ୍ତଫା ଦିଅନ୍ତୁ ବୋଲି ପ୍ରିୟଙ୍କା ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

Related posts

ହାସ୍ୟଅଭିନେତା କୁନାଲଙ୍କ ଯାଚିକା ଖାରିଜ

mahabharatanews

ଜାଫରାବାଦରେ ସିଏଏ ହିଂସା

mahabharatanews

ଲକଡାଉନ ପରେ ଜନସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ ଡବ୍ଲୁଏଚଓର ପରାମର୍ଶ

mahabharatanews