ଓଡିଶା

ଗୃହ ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର: ସୋମବାର ମାହାଙ୍ଗା ଡବଲ ମର୍ଡର ତାତି ବିଧାନସଭା ଗୃହରେ ଦେଖିବାକୁ ମିଳିଛି। ବିରୋଧୀ ବିଜେପି ସରକାରଙ୍କୁ ଆଜି ବି ଘେରିଛି। ବିଜେପି ବିଧାୟକମାନେ ଗୃହରେ ମାମଲାରେ ମନ୍ତ୍ରୀ ପ୍ରତାପ ଜେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି। ଏହା ସହିତ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି।
ସାଢ଼େ ୧୧ଟା ପରେ ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ବିଜେପି ସଦସ୍ୟମାନେ ଉକ୍ତ ପ୍ରସଙ୍ଗରେ ପୁନର୍ବାର ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଗୃହର ଗରିମା ବଜାୟ ରଖି ନିରବତା ଅବଲମ୍ବନ ପୂର୍ବକ ନିଜ ଆସନରେ ବସିବାକୁ ଯେତେ ଅପିଲ କରିଥିଲେ ମଧ୍ୟ ବିରୋଧୀ ତାଙ୍କ କଥା ଶୁଣି ନ ଥିଲେ । ବରଂ ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ । ତେଣୁ ବାଚସ୍ପତି ଗୃହକୁ ୪ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

Related posts

ଟ୍ରକ୍ ଦୂର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

mahabharatanews

୧୬ରେ ସୃଷ୍ଟି ହେବ  ଏକ ଘୂର୍ଣ୍ଣିବଳୟ

mahabharatanews

ଟ୍ୱିନ ସିଟିର ଦୁଇ ନୂଆ ଡିସିପିଙ୍କ ଦାୟିତ୍ୱ ଗ୍ରହଣ

mahabharatanews