Uncategorized

ଆସନ୍ତା କାଲି କୃଷକ ସଂଗଠନର ଭାରତ ବନ୍ଦ

ନୂଆଦିଲ୍ଲୀ: ତିନି ନୂଆ କୃଷି ଆଇନକୁ ବିରୋଧ କରି କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଆସନ୍ତା କାଲି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କୃଷି ଆଇନ ବିରୋଧରେ ଜାରି ଆନ୍ଦୋଳନ ୪ ମାସ ପୂର୍ତ୍ତି ଅବସରରେ ଏହି ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ଆସନ୍ତା କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ ।
କୃଷି ଆଇନ ବିରୋଧ ଆନ୍ଦୋଳନକୁ ବିଭିନ୍ନ ସଂଗଠନ, ସଂସ୍ଥା ଓ ବ୍ୟକ୍ତି ବିଶେଷ ସମର୍ଥନ କରୁଥିବାରୁ ଏହି ଆନ୍ଦୋଳନ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ବନ୍ଦ ପାଇଁ କଂଷକ ନେତାମାନେ ଦେଶବାସୀଙ୍କୁ କ୍ଷମାପ୍ରାର୍ଥନା କରି ଏହା ସମୟର ଆହ୍ୱାନ ବୋଲି କହିଛନ୍ତି । କୃଷକନେତାମାନେ ଏହି ବନ୍ଦକୁ ସଫଳ କରିବାକୁ ସମସ୍ତ ବର୍ଗକୁ ଅନୁରୋଧ କରିଛନ୍ତି ।

Related posts

ଟ୍ରମ୍ପଙ୍କ କୋରୋନା ଭାଇରସ ଟେଷ୍ଟ

mahabharatanews

ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର, ୩ ଆତଙ୍କୀ ନିହତ

mahabharatanews

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

mahabharatanews