Uncategorized

ଆସନ୍ତା କାଲି କୃଷକ ସଂଗଠନର ଭାରତ ବନ୍ଦ

ନୂଆଦିଲ୍ଲୀ: ତିନି ନୂଆ କୃଷି ଆଇନକୁ ବିରୋଧ କରି କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଆସନ୍ତା କାଲି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କୃଷି ଆଇନ ବିରୋଧରେ ଜାରି ଆନ୍ଦୋଳନ ୪ ମାସ ପୂର୍ତ୍ତି ଅବସରରେ ଏହି ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ଆସନ୍ତା କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ ।
କୃଷି ଆଇନ ବିରୋଧ ଆନ୍ଦୋଳନକୁ ବିଭିନ୍ନ ସଂଗଠନ, ସଂସ୍ଥା ଓ ବ୍ୟକ୍ତି ବିଶେଷ ସମର୍ଥନ କରୁଥିବାରୁ ଏହି ଆନ୍ଦୋଳନ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ବନ୍ଦ ପାଇଁ କଂଷକ ନେତାମାନେ ଦେଶବାସୀଙ୍କୁ କ୍ଷମାପ୍ରାର୍ଥନା କରି ଏହା ସମୟର ଆହ୍ୱାନ ବୋଲି କହିଛନ୍ତି । କୃଷକନେତାମାନେ ଏହି ବନ୍ଦକୁ ସଫଳ କରିବାକୁ ସମସ୍ତ ବର୍ଗକୁ ଅନୁରୋଧ କରିଛନ୍ତି ।

Related posts

କଂଗ୍ରେସ ଛାଡିଥିବା ୧୯ ବିଧାୟକ ବିଜେପିରେ ସାମିଲ ହେବେନି: ସଜ୍ଜନ କୁମାର

mahabharatanews

ଆଗାମୀ ଫିଲ୍ମର ଘୋଷଣା କଲେ ପ୍ରଭାସ

mahabharatanews

ଇଜିପଟରେ ବସ ଦୁର୍ଘଟଣାଗ୍ରସ୍ତ, ୩ ମୃତ, ୧୬ ଭାରତୀୟ ପର୍ଯ୍ୟଟକ ଆହତ

mahabharatanews