ଓଡିଶା

ଏନଆଇଟିରୁ ପୁଣି ୭ ପଜିଟିଭ ଚିହ୍ନଟ, ମୋଟ ୧୪

ରାଉରକେଲା: ରାଉରକେଲା ଏନଆଇଟିରୁ ପୁଣି ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏନଆଇଟିରେ ୧୪ ଜଣ ପଜିଟିଭ ଚିହ୍ନଟ ହେଲେଣି । ଏହାକୁ ଦେଖି ଏନଆଇଟି କର୍ତ୍ତୃପକ୍ଷ ନେଗେଟିଭ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ କହିଛନ୍ତି । ତେବେ ପଜିଟିଭ ପିଲାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀ ଅନ୍ୟ ହଷ୍ଟେଲରେ କ୍ୱାରେଣ୍ଟାଇନରେ ରହିବେ ।
ଏନଆଇଟିର ଛାତ୍ରଛାତ୍ରୀ ସଂଖ୍ୟା ୨୦୦୦ ରହିଛି । ତେବେ ସୋମବାର ସୁଦ୍ଧା ୩୯୩ ଜଣଙ୍କ ଟେଷ୍ଟ କରାଯାଇଛି । ଏତେ ସଂଖ୍ୟାରେ ପଜିଟିଭ ଚିହ୍ନଟ ପରେ ଏନଆଇଟି ରେଜିଷ୍ଟ୍ରାର ଟେଷ୍ଟ ପାଇଁ ଅଧିକ କର୍ମଚାରୀ ନିୟୋଜିତ କରି ଟେଷ୍ଟ୍ରକୁ ବ୍ୟାପକ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି । ପୂର୍ବରୁ ଏନଆଇଟିରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Related posts

ଦୁଇ ପୃଥକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

mahabharatanews

ଗଞ୍ଜେଇ ଜବତ, ୩ ଗିରଫ

mahabharatanews

ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ

mahabharatanews