ଓଡିଶା

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ: ରାଜଧାନୀର ଘରୋଇ ହଷ୍ଟେଲ ସିଲ

ଭୁବନେଶ୍ୱର: ରାଜ୍ୟ ତଥା ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ଭାବେ ବୃଦ୍ଧି ପାଉଛି । ତେଣୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ପୁଣି ଥରେ ବନ୍ଦ କରିଦିଆଯାଇଛି । କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ କରିବା ସହ ଆଜିଠାରୁ ସବୁ ହଷ୍ଟେଲକୁ ବନ୍ଦ କରାଯାଇଛି । ଏପରି ସମୟରେ ରାଜଧାନୀର ଦକ୍ଷିଣ ପଶ୍ଚିମାଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲକୁ ଆଜି ବିଏମସି ସିଲ କରିଛି ।
ଆଇଆରସି ଭିଲେଜ, ଏନ-୪ରେ ଥିବା ଘରୋଇ ହଷ୍ଟେଲ ମା ସରସ୍ୱତୀ ଭବନକୁ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ନେଇ ସିଲ କରିଛି ବିଏମସି । ବିଏମସି ଆସିଷ୍ଟାଣ୍ଟ କମିଶନର ଲିଲନ ସାହୁଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ ଆଜି ମା ସରସ୍ୱତୀ ଭବନକୁ ସିଲ କରିଛନ୍ତି ।

Related posts

ଯୁକ୍ତ ତିନି ଛାତ୍ରଛାତ୍ରୀ ଶିଖିବେ ବିପର୍ଯ୍ୟୟ ପରିଚାଳନା

mahabharatanews

ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍

mahabharatanews

ପରୀକ୍ଷାର୍ଥୀଙ୍କ ଜୀବନ ସହିତ ସଂଘାତିକ ଖେଳ

mahabharatanews