ଓଡିଶା

ଏବେ ୧୩ ଜିଲ୍ଲା ଫୋକସ

ଭୁବନେଶ୍ୱ: ଆଜିଠାରୁ ରାଜ୍ୟର ୧୭ଟି ଜିଲ୍ଲାରେ ଲକଡାଉନ କଟକଣାରେ ବ୍ୟାପକ କୋହଳ କରାଯାଇଥିବା ବେଳେ କିନ୍ତୁ ୧୩ଟି ଜିଲ୍ଲାରେ କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଏହି ୧୩ଟି ଜିଲ୍ଲା ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲା । କାରଣ ଏଠାରେ ଏଯାବତ୍ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଏହି ଜିଲ୍ଲାଗୁଡିକୁ ଏବେ କ୍ୟାଟେଗୋରୀ- ବି’ରେ ଅଧିକ ଫୋକସରେ ରଖା ଯାଇଛି । ତେଣୁ ଏହି ସବୁ ଜିଲ୍ଲାରେ ଟେଷ୍ଟିଂ ଓ ଡୋର ଟୁ ଡୋର ସର୍ଭେ ବଢାଇବାକୁ ନିଷ୍ପତ୍ତି ହୋଇଥିବା ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ଆଜି ୧୮ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହିଛି। ଦୈନିକ ପଜିଟିଭିଟି ହାର ପ୍ରାୟ ୬ ପ୍ରତିଶତ ରହୁଛି। ଚଳିତ ମାସ ସୁଦ୍ଧା ସଂକ୍ରମଣ ହାରରେ ବ୍ୟାପକ ହ୍ରାସ ଦେଖା ଦେବ ବୋଲି ମିଶ୍ର କହିଛନ୍ତି । ଏଥିସହ ଡାକ୍ତରମାନେ ଜୀବନକୁ ବାଜି ଲଗାଇ ଓଉଟ ପରିଚାଳନା ସଠିକ୍ ଭାବେ ଚଳାଇଥିବାରୁ ମୃତ୍ୟୁ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ।
ଆଜିଠାରୁ ରାଜ୍ୟର ୧୭ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲକଡାଉନ ନିୟମରେ କୋହଳ କରାଯାଇଛି । ଅନ୍ୟପଟେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ପୂର୍ବ ପରି ସପ୍ତାହାନ୍ତ ଶଟ୍ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ବୁଧବାର ରାଜ୍ୟ ସରକାର ଘୋଷଣା କରିଥିଲେ।

 

Related posts

ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ପଦ୍ମପୁର ସରପଞ୍ଚ

mahabharatanews

ଜାତୀୟ ଭୋଟର ଦିବସ ପାଳିତ

mahabharatanews

ମହାପ୍ରଭୁଙ୍କ ବନକଲାଗି ନୀତି; ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews