ଓଡିଶା

କାଲିଠୁ ମାଟ୍ରିକ ପରୀକ୍ଷା

(ଭୁବନେଶ୍ୱର) ; ଆସନ୍ତା କାଲି ହେବାକୁ ଯାଉଛି ଅଫଲାଇନ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ ଫଳକୁ ନେଇ ଅସନ୍ତୋଷ ଦେଖାଇଥଲେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ମଧ୍ୟ । ତେବେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଆଉଥରେ ପରିକ୍ଷା ଦେଇପାରିବେ ସେ ନେଇ ନିଷ୍ପତି କରିଥିଲେ ବୋର୍ଡ ଅଧକ୍ଷ । ଯେଉଁ ଛାତ୍ର ଛାତ୍ରୀ ନିଜର ମାଟ୍ରିକ ଫଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ କାଲିଠାରୁ ଅଫଲାଇନ ପରୀକ୍ଷା ଦେଇପାରିବେ । ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାରେ ରେଗୁଲାରରେ ୬ ହଜାର ୫ ଶହ ୯୭ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବେଳେ ମୋଟ୍ ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।ପରୀକ୍ଷା ପାଇଁ ସ୍ବତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ ହୋଇଥିବା ସୂଚନା ଦେଲେ ବୋର୍ଡ ସଭାପତି । ସବୁ ପରୀକ୍ଷାର୍ଥୀଙ୍କର ହେବ ଥର୍ମାଲ ସ୍କ୍ରିନିଂ । ରେଗୁଲାର୍ ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏ ନେଇ ବୋର୍ଡ ସଭାପତି ରାମାସିସ୍ ହାଜରା ସୂଚନା ଦେଇଛନ୍ତି ।

Related posts

ରାଜସ୍ଥାନରୁ ଧାଇଁ ଆସିଥିବା ଭକ୍ତର ଡାକ ଶୁଣି ଏକ ଛୋଟ ନିଷ୍ପାପ ଶିଶୁକୁ କୋମାରୁ ଉଠାଇଛନ୍ତି ମହାପ୍ରଭୁ

mahabharatanews

ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ

mahabharatanews

ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରାଇରଙ୍ଗପୁରରେ ଗଡ଼ିଲା କୃଷକ ସଚେତନତା ରଥ

mahabharatanews