ଅପରାଧ

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା

ଭଞ୍ଜନଗର(ମହାଭାରତ): ରାତି ଅଧରେ ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା । ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ଦାରୁଆ ଅସ୍ତ୍ରରେ ହାଣିଦେଲା ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଗୋପାଳପୁର ଗାଁରେ । ତେବେ ହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।
ଗତକାଲି ଘର ବାରଣ୍ଡାରେ ଶୋଇଥିବା ସମୟରେ ହଠାତ ଗୋପାଳପୁର ଗାଁର କାଶୀନାଥଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଘରର ବାହାର ପଟରୁ କବାଟ ବନ୍ଦ କରିଦେଇ କାଶୀନାଥଙ୍କ ଉପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା । ବୃଦ୍ଧଙ୍କ ବେକ ଏବଂ ମୁଣ୍ଡକୁ ବାରମ୍ବାର ଶକ୍ତ ଆଘାତ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ପରେ ପରିବାର ଲୋକେ ପଡୋଶୀଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରି କବାଟ ଖୋଲିବାରୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ତେବେ ତାଙ୍କୁ କାହିଁକି ହତ୍ୟା କରାଯାଇଛି ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ସେପଟେ ଖବର ପାଇ ବଡଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ଆବଶ୍ୟକ ହେଲେ ସାଇଣ୍ଟିଫିକ ଟିମର ମଧ୍ୟ ସହଯୋଗ ନିଆଯିବ ବୋଲି ସୂଚନା ମିଳିଛି ।

Related posts

ଯୁବତୀଙ୍କୁ ଏସିଡ ମାଡ କରି ଅଭିଯୁକ୍ତ ଫେରାର

mahabharatanews

ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇଜଣ ଗୋସେବକଗୁରୁତର ଆହତ

mahabharatanews

ବହୁରୂପୀ ଏଣ୍ଡୁଅକୁ ଡିଲ୍ କଲାବେଳେ ଧରିଲା ବନ ବିଭାଗ

mahabharatanews