ଅପରାଧଓଡିଶା

ଆତ୍ମ ସମର୍ପଣ କଲେ ମାଓବାଦୀ

(ମାଲକାନଗିରି) ; ଆନ୍ଧ୍ର ଡିହିପିଙ୍କ ନିକଟରେ ଆତ୍ମ ସମର୍ପଣ କଲେ ୬ ହାଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ଡିସିଏମ ଚିକୁଡୁ ଚିନ୍ନା ରାଓ ଓରଫ ସୁଧିର ଏବଂ ଏସିଏମ ଭନଥଲା ବେଣୁ ଓରଫ ସାଲୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର ହୋଇଥିବା ବେଳେ ମାଡକାମ ସମିଦି, ମାଡକାମ ମଙ୍ଗଳୁ ଓ ସୋଡି ଭିମା ଛତିଶଗଡ ବିଜାପୁର ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଏମାନେ ହେଉଛନ୍ତି ଆନ୍ଧ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଏହି ହାଡକୋର ମାଓବାଦୀରେ ମାଲକାନଗିରି ଝିଅ ସାମିଲ ମଧ୍ୟ ରହିଛି । ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକେ ଆଉ ନକ୍ସଲ ପନ୍ଥିଙ୍କୁ ସମର୍ଥନ କରୁନଥିବା ବେଳେ ସୁରକ୍ଷା କର୍ମୀଙ୍କ କବଳରୁ ବଞ୍ଚିବା ଲାଲ୍ ବାହିନୀ ପାଇଁ ମୁସକିଲ ହୋଇ ପଡଛି । ତେଣୁ ନିଜର ଜୀବନ ବଞ୍ଚାଇବା ଲାଗି ଏମାନେ ଆନ୍ଧ୍ର ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କଥା କହିଛନ୍ତି ଆନ୍ଧ୍ର ଡିଜିପି ।

 

Related posts

ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ ୩୯୯୧ ଚିହ୍ନଟ

mahabharatanews

ମାଲକାନଗିରି ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଟଙ୍କା ମାଗିବାରୁ ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ

mahabharatanews