ଭୁବନେଶ୍ୱର/ ଆଦର୍ଶ ରାଉତ: ଯାଜପୁର ଜେଲରେ ଜଣେ ବିଚରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପରିବାର । ଯାଜପୁର ଜେଲରୁ କଟକ ବଡ଼ ମେଡ଼ିକାଲ କାହିଁକି ଅଣାଯାଇଥିଲା ଓ କଣ ପାଇଁ ମେଡ଼ିକାଲରେ ଭର୍ତି କରାଯାଇଥିଲା ବୋଲି ପରିବାର ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ନ୍ୟାୟ ପାଇଁ ଏବେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି ପରିବାରବର୍ଗ ।
ଯାଜପୁର ଜିଲ୍ଲା କୋରେଇ ଥାନା ପଟରଙ୍ଗା ଗାଁ ର ସୁମନ୍ତ ପାତ୍ର ଜଣେ ନାବାଳିକା ଝିଅକୁ ଭଲ ପାଉଥିଲେ । କିଛି ଦିନ ପରେ ଝିଅକୁ ନେଇ ଫେରାର ହୋଇଯାଇଥିଲେ । ଏହାକୁ ନେଇ ଝିଅର ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏକ ଅପହରଣ ମାମଲା ଦାୟର ହୋଇଥିଲା । ଅଭିଯୋଗ ଆଧାରରେ ମାର୍ଚ୍ଚ ୨୨ ତାରିଖରେ ସୁମନ୍ତଙ୍କୁ ପୁଲିସ ଗିରଫ କରିଥିଲା । କୋର୍ଟ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଥିଲେ । ତେବେ ଅଗଷ୍ଟ ୭ତାରିଖରେ ସୁମନ୍ତଙ୍କର କଟକ ବଡ କେଡିକାଲରେ ମୃତ୍ୟୁ ହୋଇଥିଲା । କିପରି ପୁଅର ମୃତ୍ୟୁ ହେଲା? ପୁଅକୁ ଜେଲରୁ ମେଡ଼ିକାଲ କାହିଁକି ନିଆଯାଇଥିଲା ସେ ନେଇ ପରିବାରକୁ କୌଣସି ସୂଚନା ଦିଅ।।ଯାଇନଥିଲା । ଏବେ ପରିବାର ବର୍ଗ ଅଭିଯୋଗ କରୁଛନ୍ତି କି ତାଙ୍କ ପୁଅକୁ ଜେଲରେ ହତ୍ୟା କରାଯାଇଛି । ସେପଟେ କଟକ ବଡ ମେଡ଼ିକାଲ ରୁ ଆସିଥିବା ଡେଥ ସାର୍ଟିଫିକେଟ ରେ ସୁମନ୍ତଙ୍କ ଘର କେନ୍ଦ୍ରାପଡା ବୋଲି ଉଲ୍ଲେଖ ରହିଛି । ଯାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାରବର୍ଗ ।
previous post
next post
