ଅପରାଧଓଡିଶା

ରାଜଧାନୀରେ ପୁଣି ଆତଙ୍କ

(ଭୁବନେଶ୍ୱର) : ରାଜଧାନୀରେ ଦିନକୁ ଦିନ ଗୁଣ୍ଡାରାଜ ବୃଦ୍ଧି ହେବାରେ ଲାଗିିଛି । ପ୍ରତିଦିନ ହତ୍ୟାକାଣ୍ଡ ଭଳି ଜଘନ୍ୟ କାଣ୍ଡ ରାଜଜଧାନୀରେ ଘଟିଚାଲିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଯ୍ାଇଛି । ମଦ ପିଇବାକୁ କେନ୍ଦ୍ର କରି ଘଟିଛି ଏକ ଛାତି ଥରା ଘଟଣା । ଖଣ୍ଡଗିରି ଥାନା ଅନ୍ତଗର୍ତ ରଘୁନାଥ ନଗରରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ସୂଚନାଯୋଗ୍ୟ ମୃତ ଯୁବକ ଜଣକ ହେଲେ ସନାତନ ରାଉତରାୟ । ମଦ ପିଇବାକୁ କେନ୍ଦ୍ରକରି ସନାତନ ଏବଂ ଅଭିଯୁକ୍ତମାନଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ଯାହା ପରେ ଉଗ୍ର ରୂପ ନେଲା । ତେବେ ଗତକାଲି ରାତିରେ ସନାତନଙ୍କୁ ମିଳିତଭାବେ ଆକ୍ରମଣ କରିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ୪ ଜଣ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନେ ଚୋରା ମଦ ବ୍ୟବସାୟ କରୁଥିବା ଜଣାପଡ଼ିଥିବା ବେଳେ ସେମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ମଧ୍ୟ ରହିଛି। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ପୁଲିସ୍ ଉଦ୍ୟମ ଜାରି ରଖିଛି।

Related posts

ରାଜ୍ୟରେ ୩ ହଜାର ୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ପୌର ନିର୍ବାଚନ: ୨ରୁ ନାମାଙ୍କନ, ୨୪ରେ ଭୋଟ

mahabharatanews

ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ

mahabharatanews