Uncategorized

କମିଲା ପେଟ୍ରୋଲ ଓ ଡିଜେଲ ଦର

(ନୂଆଦିଲ୍ଲୀ) ; ବର୍ଦ୍ଧିତ ଦର ଖାଉଟିମାନଙ୍କ ଚିନ୍ତାର କାରଣ ପାଲଟୁଛି । କିନ୍ତୁ ଏହାରି ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଥିଲା , ଯାହା ଖାଉଟିଙ୍କ ଚିନ୍ତା ବଢାଇଦେଇଥିଲା । କିନ୍ତୁ ଆଜି ମଙ୍କସର ପ୍ରଥମ ଦିନରେ ପେଟ୍ରୋଲ ଓ ଡିଜଜେଲ ଦର ହ୍ରାସ ପାଇଛି । ପେଟ୍ରୋଲ ଓ ଡିଜେଲ ପିଛା ୧୫ ପଇସା କମିଥିବା ବେଳେ ଏହା ପୂର୍ବରୁ ଗତ ସପ୍ତାହ ମଙ୍ଗଳବାର ଦିନ ଉଭୟ ତୈଳ ଦର ହ୍ରାସ ପାଇଥିଲା । ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିକ ତୈଳ ଦର କମୁଥିବାରୁ ଏହାର ପ୍ରଭାବ ଭାରତୀୟ ମାର୍କେଟ ଉପରେ ପଡ଼ୁଛି। ବୁଧବାର ଦିଲ୍ଲୀରେ ଇଣ୍ଡିଆନ୍ ଅଏଲ ପମ୍ପରେ ପେଟ୍ରୋଲ ଲିଟର୍ ପିଛା ୧୦୧.୩୪ ଟଙ୍କା ବିକ୍ରି ହେଉଛି। ସେହିପରି ଡିଜେଲ୍ ଲିଟର୍ ପିଛା ୮୮.୭୭ ଟଙ୍କାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର୍ ପିଛା ୧୦୭.୩୯ ଟଙ୍କା ଓ ଡିଜେଲ୍ ୯୬.୩୩ ଟଙ୍କାରେ ବିକ୍ରି କରାଯାଉଛି।

Related posts

ଚୀନ ମୋବାଇଲ ଆପ କମ୍ପାନିକୁ କେନ୍ଦ୍ରର ଜବାବ ତଲବ

mahabharatanews

ବାୟୁସେନାରୁ ଅବସର ନେଲା ମିଗ୍-୨୭

mahabharatanews

ରକ୍ତ ଜମାଟ ବାନ୍ଧିବା କରୋନା ମୃତ୍ୟୁର ଏକ କାରଣ 

mahabharatanews