ଅପରାଧ

ଫାଷ୍ଟଫୁଡକୁ ନେଇ ବଚସା ଓ ପରେ ହତ୍ୟା

(ଅନୁଗୁଳ): ଫାଷ୍ଟଫୁଡକୁ ନେଇ ବଚସା ହେବାରୁ ବାପା ଓ ଦୁଇ ପୁଅ ମିଶି କଲେ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ । ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ସୁଭାଷିଶ ମହାପାତ୍ର । ଗତକାଲି ଆକ୍ରମଣକାରୀ ସୁବାଷ ଦୋରାଙ୍କ ଫାଷ୍ଟଫୁଡ ଦୋକାନ ରହିଥିବା ବେଳେ ସୁଭାଶିଷ ଏହି ଦୋକାନକୁ ସନ୍ଧ୍ୟାରେ ଫାଷ୍ଟଫୁଡ ଖାଇବାକୁ ଯାଇଥିଲେ । ତେବେ ଫାଷ୍ଟଫୁଡ ଖାଇବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏନେଇ ରାତି ପ୍ରାୟ ୧୦ଟା ସମୟରେ ପୁରୁଣାଗଡ଼ ଛକରେ ସୁବାଷ ଓ ତାଙ୍କ ଦୁଇ ପୁଅ ଏକ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଥିଲେ ସୁଭାଷିଶଙ୍କୁ । ତେବେ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ସୁବାଷ ଓ ତାଙ୍କ ଗୋଟିଏ ପୁଅକୁ ଅଟକ ରଖିଛି ପୋଲିସ ଓ ଆଉ ଜଣେ ପୁଅ ଫେରାର ରହିଛି, ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related posts

ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଜଣଙ୍କୁ  ପଚରାଉଚରା

mahabharatanews

ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଏସିଏସଓ

mahabharatanews

ଗୁଣିଆଁ ସନ୍ଦେହରେ ପଥରରେ ଛେଚି ହତ୍ୟା

mahabharatanews