Uncategorized

ଟିକାକରଣ ଅଭିଯାନ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କ ବଡ ଟପ୍ପଣୀ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ସମ୍ପର୍କରେ ଏକ ବଡ ଟପ୍ପଣୀ ଦେଇଛନ୍ତି ସୁପ୍ରିମ କୋର୍ଟ । କୋର୍ଟ କହିଛନ୍ତି, ଏତେ ବଡ ଦେଶରେ ଘରଘର ବୁଲି ଟିକାକରଣ ସମ୍ଭବ ନୁହେଁ । ତେଣୁ ଘର ଘର ବୁଲି ଟିକାକରଣ କରିବାକୁ କେନ୍ଦ୍ରକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ବର୍ତ୍ତମାନ ଦେଶରେ ଚାଲିଥିବା ଟିକାକରଣ ସଠିକ ଚାଲିଛି । ତେଣୁ ଅନ୍ୟ ଆଦେଶ ପାରିତ କରିବାକୁ ଆଦେଶ ଦେବା ଉଚିତ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି ।
ବିକଳାଙ୍ଗ ଏବଂ ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଡୋର ଟୁ ଡୋର କରୋନା ଟିକାକରଣ କରାଯିବା ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଘରକୁ ଘର ବୁଲି ଟିକାକରଣ ପାଇଁ ହୋଇଥିବ।। ଅ।।ବେଦନର ଶୁଣାଣି କରି ଏପରି ସମ୍ଭବ ନୁହେଁ ବେ।।ଲି କୋର୍ଟ କହିଛନ୍ତି । ଦେଶରେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦେବା ସରିଲାଣି ।

 

Related posts

ଉହାନରୁ ଆସିଲା କରୋନାର ୧୪ ନୂଆ ମାମଲା

mahabharatanews

ନାଭିକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ବ୍ୟବହାର କରନ୍ତୁ ଏହି ଉପାୟ

mahabharatanews

କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews