Uncategorizedରାଜନୀତି

ନୂଆଖାଇ ଜୁହାର ଜଣାଇଲେ ମୋଦି

ନୂଆଦିଲ୍ଲୀ: ନୂଆଖାଇ ଅବସରରେ କୃଷକଙ୍କ ଅତୁଳନୀୟ କାର୍ଯ୍ୟଦକ୍ଷତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁରି ଭୁରି ପ୍ରଶଂସା କରିଛନ୍ତି । ରାଷ୍ଟ୍ର ଗଠନରେ କୃଷକଙ୍କ କାର୍ଯ୍ୟଦକ୍ଷତା ଓ ଭୂମିକା ଉଲ୍ଲେଖନୀୟ ବୋଲି ନୂଆଖାଇ ଜୁହାର ଅବସରରେ ମୋଦି କହିଛନ୍ତି । ଏହି ଶୁଭ ଅବସରରେ ସମସ୍ତଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି ମୋଦି ।
ମୋଦି ଟ୍ୱିଟ କରି ଏହି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହି ଶୁଭ ଅବସରରେ ରାଷ୍ଟ୍ର ଗଠନରେ ଶିଳ୍ପଦ୍ୟୋଗୀ କୃଷକ ଓ ସେମାନଙ୍କ ଉଲ୍ଳେଖନୀୟ ଭୂମିକାକୁ ପ୍ରଶଂସା କରୁଛୁ । ମୁଁ ଏହି ଅବସରରେ ସମସ୍ତଙ୍କ ସୁସ୍ୱାସ୍ଥ୍ୟ ଓ ମଙ୍ଗଳ କ।ମନା କରୁଛି । ଦକ୍ଷିଣ ଛତିଶାଗଡ ଓ ପଶ୍ଚିମ ଓଡିଶାରେ ଏହି ପାଳିତ ହୋଇଥାଏ । ଏହି ପର୍ବ ମାଧ୍ୟମରେ ଲୋକେ ନୂଆ ଶସ୍ୟ ଅମଳକୁ ଋତୁକୁ ସ୍ୱାଗତ କରିଥାନ୍ତି । ନୂଆଖାଇ ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟ । ନୂଆଖାଇର ଅର୍ଥ ନୂଆ- ଅନ୍ନ ଓ ଖାଇ- ଖାଇବାକୁ ଯୋଗାଇଦେବା

Related posts

ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡୋ ପଦ ଯାତ୍ରାରେ ଯୋଗ ଦେଲେ ସୁଶାନ୍ତ ସିଂ

mahabharatanews

ଆସିକା ସୁନାମ୍ବ ସାହି ତ୍ରିପତି ମନ୍ଦିର ସମ୍ମୁଖରେ ଯୁବକକୁ ମରଣାନ୍ତକ ଆକ୍ରମଣ

mahabharatanews

ଜାମ୍ମୁ କାଶ୍ମୀର ପୁଲିସ  ଦ୍ୱାରା ଚାଇନାର ୩ ଗ୍ରେନେଡ ଜବତ 

mahabharatanews