ଓଡିଶା

ଶୋଇବା ବେଳେ ଉପରେ ପଡିଲା ମାଟିକାନ୍ଥ

ସୁବର୍ଣ୍ଣପୁର: ପୁରନ୍ଦରଙ୍କ ପାଇଁ କାଲିର ରାତି ପାଲଟି ଯାଇଛି କାଳରାତ୍ରି । ରାତିରେ ଖାଇ ସାରା ଶୋଇଥିଲେ ସାରା ପରିବାର । କିନ୍ତୁ କିଛି ସମୟ ପରେ ଏକ ଶବ୍ଦ ପାଇଁ ସମସ୍ତଙ୍କ ନିଦ ଭାଙ୍ଗିଥିଲା । କିନ୍ତୁ ଉଠିନଥିଲେ ପୁରନ୍ଦର । ରାତିରେ ଏକ ଅଘଟଣରେ ତାଙ୍କର ମୃତ୍ୟୁ ହୋଇଛି ।
ସୁବର୍ଣ୍ଣପୁର ଜିଲ୍ଳାର ଗୋଟିଏ ପରିବାରକୁ ଛାରଖାର କରିଦେଇଛି ଲଗାଣ ବର୍ଷା ଆଉ ଏହାର ପ୍ରଭାବ । ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ସାରା ଓଡିଶା ବେହାଲ ହୋଇଛି । ତେବେ ଏଥି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ଉଳୁଣ୍ଡା ବ୍ଲକର କଳାପଥର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ରାତିରେ ଶୋଇଥିବା ସମୟରେ ଘରର ମାଟିକାନ୍ଥ ପୁରନ୍ଦର ବଘାରଙ୍କ ଉପରେ ଭୁଷୁଡି ପଡିଥିଲା । ପୁରନ୍ଦରଙ୍କ ଚିତ୍କାର ଶୁଣି ପରିବାର ଲୋକେ ଉଠି ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

Related posts

ଏମ୍ଆଇ ସିଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….

mahabharatanews

ପୋଲିସ ୟୁନିଫର୍ମର ମର୍ଯ୍ୟାଦା ଏବଂ ଶୃଙ୍ଖଳାକୁ ଅପମାନ କରୁଛନ୍ତି ଡିଏସ୍ପି

mahabharatanews

ଧାନ ଫସଲରେ ନିଆଁ, କ୍ଷତିପୁରଣ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

mahabharatanews