ଅପରାଧଭାରତ

୧୫ ବର୍ଷର ଝିଅ ହେଲା ଗର୍ଭବତୀ ! ସାମ୍ନାକୁ ଆସିଲା ପ୍ରକୃତ ସତ

(ମହାରଷ୍ଟ୍ର) ; ଘରେ ବାପା ମା ରହୁ ନଥିବା ବେଳେ ଝିଅ ସହ ଦୁଷ୍କର୍ମ କରୁଥିଲା ପଡିଶା ଘରର ଯୁବକ । ଆଉ ନାବଳିକା ଜଣଙ୍କ ଗର୍ଭବତୀ ହେବାପରେ ବାପା ମା ଜାଣିଥିଲେ ପ୍ରକୃତ ସତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ପାଲଘର ଜିଲ୍ଲାରେ । ସୂଚନା ଅନୁଯାୟୀ କିଛିଦିନ ତଳେ ପିଡୀତା ନାବାଳିକାଙ୍କ ପେଟରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ତାଙ୍କୁ ଯାଞ୍ଚ ପାଇଁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଜଣାପଡିଥିଲା ଯେ ସେ ଗର୍ଭବତୀ ଅଛନ୍ତି। ତାପରେ ପରିବାର ଲୋକେ ତାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ପୀଡିତା ଘରଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ଘରଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ। ବୁଧବାର ଦିନ ପୀଡିତାଙ୍କ ପରିବାର ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ। ପୋଲିସଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଯୁବକ ପୀଡିତାଙ୍କ ଘରକୁ ଯିବା ଆସିବା କରୁଥିଲା। ପୀଡିତାଙ୍କ ବାପା-ମା’ ଘରେ ନଥିବା ସମୟରେ ସେ ଏହି ଅପରାଧ କରିଛି ବୋଲି ଅଧିକାରୀ କହିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି ଓ ତା’ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ଅପରାଧ ଚଳିତ ବର୍ଷ ଜାନୁଆରୀରୁ ମେ’ ମାସ ମଧ୍ୟରେ ହୋଇଛି ବୋଲି ପୋଲିସ କହିଛି। ଅଭିଯୁକ୍ତ ୨୦ ବର୍ଷୀୟ ଯୁବକକୁ ବୁଧବାର ଦିନ ଗିରଫ କରାଯାଇଛି।

 

Related posts

ଉତ୍ତରାଖଣ୍ଡରେ ଭୂସ୍ଖଳନ; ଆଲର୍ଟ ଜାରି

mahabharatanews

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ଓ ପିନାକୀ

mahabharatanews

ଫାଶୀ ଲଗାଇ ଦୁଇ ମୃତ, କାରଣ ଅସ୍ପଷ୍ଟ।

mahabharatanews