ଭାରତ

ପେଗାସସ୍ ମାମଲାରେ ଗଠନ ହେବ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ପେଗାସସ ଗୁଇନ୍ଦାଗିରି ମାମଲାର ଶୁଣାଣି କରି ବେଳେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଯାଉଛଥିବା ସୂଚନା ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ମାମଲାର ଶୁଣାଣି ବେଳେ ଏନେଇ ଅବଗତ କରିଛନ୍ତି । ଏହି କମିଟିର କାର୍ଯ୍ୟପ୍ରଣାଳୀ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ଆଗାମୀ ସପ୍ତାହରେ ନିର୍ଦ୍ଦେଶ ଆସିବାର ସମ୍ଭାବନା ରହିଛି ।
ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା କହିଥିଲେ ଯେ, କିଛି ବିଶେଷଜ୍ଞଙ୍କ ସହ କମିଟିରେ ସାମିଲ ହେବାକୁ ବିଚାର ବିମର୍ଷ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଗତ କାରଣରୁ ସାମିଲ ହୋଇପାରୁ ନ ଥିବା ଜଣାଇଛନ୍ତି । ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଥିଲେ ଯେ, ଆସନ୍ତା ସପ୍ତାହରେ କମିଟିକୁ ନେଇ ନିର୍ଦ୍ଦେଶନାମା ଆସିବ । ଅତିଶୀଘ୍ର ବୈଶୟିକ କମିଟି ଚୂଡାନ୍ତ ହେବ । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପୂର୍ବରୁ ବିଶେଷଜ୍ଞ କମିଟି ଗଠନ କରି ଏହାର ଯାଞ୍ଚ କରିବେ ବୋଲି କହିଥିଲେ ।
ଅନପଟେ, ଆଇନଜୀବୀ ସିୟୁ ସିଂଙ୍କୁ କହିଥିଲେ ଯେ, ଚଳିତ ସପ୍ତାହରେ ଗୁଇନ୍ଦାଗିରି ମାମଲାର ତଦନ୍ତ ପାଇଁ କମିଟି ଗଠନ କରିବାକୁ ସେମାନେ ଚାହୁଁଛନ୍ତି । ଯେଉଁମାନଙ୍କୁ କମିଟିରେ ସାମିଲ କରାଯିବ ସେମାନଙ୍କ ମଧ୍ୟରୁ କିଛି ଏଥିରେ ସାମିଲ ହେବାକୁ ଅରାଜି ଅଛନ୍ତି ।

 

Related posts

ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ,୧୦ମୃତ

mahabharatanews

ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ

mahabharatanews

JN.1 ଭ୍ୟାରିଆଣ୍ଟର ୧୦୯ ନୂଆ ମାମଲା

mahabharatanews