ଓଡିଶା

ସମ୍ଭାବ୍ୟ ବାତ୍ୟା ପାଇଁ ଅଧିକାରୀଙ୍କ ଛୁଟି ବାତିଲ କଲେ ଗଜପତି ଜିଲ୍ଲାପାଳ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଗଜପତି ଜିଲ୍ଲାରେ ଅଧିକାରୀଙ୍କ ଛୁଟି ବାତିଲ । ୨୫ ଓ ୨୬ ତାରିଖରେ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିବା ସହ ଅଧିକାରୀ ହେଡକ୍ୱାଟର୍ସରେ ରହିବାକୁ ତଥା ବିନା ଅନୁମତିରେ କେହି ହେଡକ୍ୱାଟର୍ସ ଛାଡିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବାତ୍ୟାକୁ ନେଇ ସମସ୍ତେ ସତର୍କ ଓ ସଚେତନ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିବେଦନ କରିଛନ୍ତି । ସେ ଆହୁରି କହିଛନ୍ତି, ଆସନ୍ତା ୨୬ ଓ ୨୭ ତାରିଖ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଏହା ପ୍ରଭାବରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବା ବେଳେ ଆସନ୍ତା କାଲି ବେଗ ୮୦ କିମି ଛୁଇଁପାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ ।
ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଏହା କ୍ଷୟକ୍ଷତିର ଆକଳନ ପାଇଁ ଟିମ୍ ଗଠନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ନାପୁର ଓ ଗୋପାଳପୁର ବିଚ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମସ୍ତେ ସତର୍କ ଓ ସଚେତନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିବେଦନ କରିଛନ୍ତି।

 

Related posts

ପ୍ରବାସୀ ଶ୍ରମିକଙ୍କ ଭଡା ଦେବେ ରାଜ୍ୟ ସରକାର

mahabharatanews

ଆବାସ ଯୋଜନାରୁ ବଞ୍ଚିତ କୁଡୁଞ୍ଜି

mahabharatanews

ଘରେ ପସି ଦିବ୍ୟାଙ୍ଗଙ୍କୁ ମାଡ଼, ନ୍ୟାୟ ଅପେକ୍ଷାରେ ପରିବାର

mahabharatanews