ଅପରାଧ

ବ୍ଲକର କନିଷ୍ଠ ଇଞ୍ଜିନିୟର ଭିଜିଲାନ୍ସ ଜାଲରେ

ଦେବଗଡ: ସୋମବାର ଦିନ ଦେବଗଡ ଜିଲ୍ଲା ତିଲେଇବାଣି ବ୍ଲକର କନିଷ୍ଠ ଇଞ୍ଜିନିୟର ବିକାଶ ବେହେରାଙ୍କ ଘର ଓ ଜମି ଜମା ଉପରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢାଉ କରାଯାଇଛି । ବେହେରା ବନୈକିଲିନ୍ଡା, ଛେପିଲିପାଲି ଓ ବଡଛପାଳ ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିଲେ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ବଳମ ଗାଁ ପୈତୃକ ବାସଭବନ, କଣ୍ଢଳ ଗାଁ ସ୍ଥିତ ଶ୍ବଶୁର ଘର, ତିଲେଇବଣୀ ବ୍ଲକ କାର୍ଯ୍ୟାଳୟରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏବେ ଯାଏଁ କେତେ ପରିମାଣର ସଂପତି ଜବତ ହୋଇଛି । ସେନେଇ କିଛି ସୂଚନା ମିଳିନାହିଁ ।

Related posts

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

mahabharatanews

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ

mahabharatanews

  ଠକ ବାପା ପୁଅ ଗିରଫ

mahabharatanews