ଭାରତ

ଚୀନ ସେନା ଉପରେ ତୀକ୍ଷ୍ନ ନଜର ରଖିବ ଡ୍ରୋନ

ନୂଆଦିଲ୍ଲୀ: ଏଣିକି ସୀମା ଜଗିବା ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବ ଭାରତ । ଡ୍ରୋନ ଜଗିବ ଭାରତ ଚୀନ ସୀମାକୁ । ସୀମାରେ ଚୀନର ଟିକିନିକି ହରକତ ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଡ୍ରୋନ ହେରନକୁ ନିୟୋଜିତ କରିବ ଭାରତୀୟ ସେନା । ଫଳରେ ଚୀନ ସେନାର ଅନୁପ୍ରବେଶକୁ ରୋକାଯାଇ ପାରିବ । ଅରୁଣାଚଳ ପ୍ରଦେଶ ଭିତରକୁ ଚୀନ ସେନା ଧସେଇ ପସୁଛନ୍ତି । ଅରୁଣାଚଳ ସୀମାରେ ପିଆଇଏଲର ଗତିବିଧି ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ହେରନ ଡ୍ରୋନ ମୁତୟନ କରାଯାଇଛି ।
ଆକାଶ ମାର୍ଗରୁ ଚୀନ୍ ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍ ହେରନ୍ ମାର୍କ-ଓ୍ୱାନ୍ । ଇସ୍ରାଏଲ ନିର୍ମିତ ଏହି ମାନବବିହୀନ ଏୟାରକ୍ରାଫଟ୍ ୩୦ ହଜାର ଫୁଟ୍ ଉଚ୍ଚତାରେ ଉଡ଼ିବା ସହ ଭୂପୃଷ୍ଟର ସ୍ପଷ୍ଟ ଚିତ୍ର ଦେବାର କ୍ଷମତା ରଖିଛି । ଫଳରେ ଚୀନ୍ ସେନାର ସମସ୍ତ ହରକତ୍ ସମ୍ପର୍କରେ ଭାରତୀୟ ସେନା ସତର୍କ ହୋଇ ପାରିବ । ଏକକାଳୀନ ୨୪ରୁ ୩୦ ଘଣ୍ଟା ଯାଏଁ ଏହା ଆକାଶରେ ଉଡ଼ିପାରିବ ଓ ରାତିର ଅନ୍ଧାରରେ ତଥା ପ୍ରତିକୂଳ ପାଣିପାଗରେ ମଧ୍ୟ କାର୍ୟ୍ୟ କରିପାରିବ।

 

Related posts

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସୁରକ୍ଷାବାହିନୀ

mahabharatanews

ସିଦ୍ଧାର୍ଥଙ୍କ ସହ ବ୍ରେକଅପକୁ ନେଇ ମୁହଁ ଖୋଲିଲେ କିଆରା

mahabharatanews

ସୀମାରେ ପଶୁଥିଲେ ଆତଙ୍କୀ, ପଣ୍ଡ କଲା ସେନା

mahabharatanews