ଭାରତ

ଡିଆରଡିଓର ଚତୁର୍ଥ ଶ୍ରେଣୀ କର୍ମଚାରୀ ହନିଟ୍ରାପରେ

ଭୁବନେଶ୍ୱର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ସମ୍ବେଦନଶୀଳ ଗୁପ୍ତଚର ମାମଲାରେ ଆସିଛି ନୂଆ ତଥ୍ୟ । ଯୋଧପୁରର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସେସ୍ର ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ହନିଟ୍ରାପରେ ଫସି ରହିଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ଏହା ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ପୂର୍ବରୁ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ନାମକ ଏକ ଏଜେନ୍ସି ୨୪,୦୦୦ ଟଙ୍କା ଟ୍ରାନ୍ସଫର କରିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରାଜସ୍ଥାନ ସିଆଇଡି ଓଡିଶା କ୍ରାଇମ ଶାଖା ସହିତ ଯୋଗାଯୋଗ କରିଛି।
ଓଡିଶା କ୍ରାଇମ ଶାଖା ଏହି ରହସ୍ୟମୟ ମହିଳାଙ୍କ ପାକିସ୍ତାନ ଲିଙ୍କକୁ ନିଶ୍ଚିତ କରିଥିଲା। କ୍ରାଇମ ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ ଗୁପ୍ତଚର ମାମଲାରେ ପାକିସ୍ତାନ ଲିଙ୍କ ରହସ୍ୟମୟ ମହିଳାଙ୍କ ଚାରିଟି ଫେସବୁକ ଆକାଉଣ୍ଟରୁ ସ୍ପ୍େଟ ହୋଇଛି। ଅବସ୍ଥାନକୁ ଗୁପ୍ତ ରଖିବା ପାଇଁ ପ୍ରକ୍ସି ଆଇପି ମାଧ୍ୟମରେ ପାକିସ୍ତାନରୁ ଏହି ଆକାଉଣ୍ଟଗୁଡିକ ପରିଚାଳିତ କରାଯାଉଥିଲା । ଏହି ଚାରୋଟି ଆକାଉଣ୍ଟ ମଧ୍ୟରୁ ତିନୋଟି ଇସଲାମାବାଦରୁ ପରିଚାଳିତ ହୋଇଥିବାବେଳେ ଗୋଟିଏ ରାୱଲପିଣ୍ଡିରୁ ପରିଚାଳିତ ହୋଇଥିବା କ୍ରାଇମ ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ଅଧିକାଂଶ ସମୟରେ ସେମାନେ ପାକିସ୍ତାନର ପ୍ରକ୍ସି ଆଇପି ଆଡ୍ରେସ୍ ବ୍ୟବହାର କରୁଥିଲେ । ରହସ୍ୟ ଲୁଚାଇବା ପାଇଁ ସେମାନେ ଭାରତ, ଆମେରିକା ଏବଂ ଜର୍ମାନୀର ପ୍ରକ୍ସି ଆଇପି ମଧ୍ୟ ବ୍ୟବହାର କରିଛନ୍ତି ବୋଲି କ୍ରାଇମ ବ୍ରାଞ୍ଚ ଏଡିଜି କହିଛନ୍ତି। ସୂଚନାଯୋଗ୍ୟ, ବିଦେଶୀ ଏଜେଣ୍ଟମାନଙ୍କୁ ବର୍ଗୀକୃତ ପ୍ରତିରକ୍ଷା ରହସ୍ୟ ଲିକ୍ କରିବା ଅଭିଯୋଗରେ ଓଡିଶା ପୋଲିସ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ପାଞ୍ଚଜଣ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରାସରିଛି ।

Related posts

 ଇନ୍ଧନ ଡିପୋରେ ବଡ଼ ଧରଣର ଅଗ୍ନିକାଣ୍ଡ , ୩୪ ମୃତ

mahabharatanews

ପୁଣିଥରେ କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂ

mahabharatanews

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ

mahabharatanews