ଭାରତ

ଶିଶୁଙ୍କ ଟୀକା: ଜାଇକୋବ-ଡି’ର ୧ କୋଟି ଡୋଜ କିଣିବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପିଲାଙ୍କ ଟୀକାକରଣ ଖୁବ ଶୀଘ୍ର ହେବାକୁ ଯାଉଛି । ୧୨ ବର୍ଷରୁ ୧୭ ବର୍ଷ ମଧ୍ୟରେ ଟୀକାକରଣ କରାଇବାକୁ କେନ୍ଦ୍ର ମଞ୍ଜୁରୀ ପ୍ରଦାନ କରି ସାରିଛି । ଏନେଇ ଅହମଦାବାଦର କମ୍ପାନୀ ଜାୟଡସ୍ କୈଡିଲାର ତିନିଟିକିଆ ଡୋଜ ବାଲା ଜାଇକୋବ ଡିର ଏକ କୋଟି ଡୋଜ କିଣିବାକୁ ଅର୍ଡର ଦିଆଯାଇଛି । ଏଥିସହ ଏହି ଟୀକା ରାଷ୍ଟ୍ରୀୟ କରୋନା ରୋଧକ ଟୀକାକରଣ ଅଭିଯାନରେ ସାମିଲ ହୋଇଯିବ । ତେବେ ପ୍ରାରମ୍ଭରେ ଏହାକୁ ବୟସ୍କଙ୍କୁ ଦେବା ଉପରେ ପ୍ରାଥମିକତା ଦିଆଯିବ ।
ଜଣେ ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି କି, କେନ୍ଦ୍ର ଜ।।ୟଡସ କୈଡିଲାର ଜାଇକୋବ ଡିର ଏକ କୋଟି ଡୋଜ ପାଇଁ ଅର୍ଡର ଦିଆଯାଇଛି । ଶୁଳ୍କକୁ ଛାଡି ଏହାର ମୂଲ୍ୟ ୩୫୮ ଟଙ୍କା ପଡିବ । ଏହି ମୂଲ୍ୟ ମଧ୍ୟରେ ଜେଟ ଆପ୍ଲିକେଟରର ଖର୍ଚ୍ଚ ୯୩ ଟଙ୍କା ରହିବ ।

Related posts

ଦେଶରେ ଦିନକରେ ୧୪,୧୪୮ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ପାକିସ୍ତାନ ଉପରେ ପଡିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ।

mahabharatanews

ଆଜି ଆସିବ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା

mahabharatanews