ଓଡିଶା

କଟକ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ

କଟକ: କଟକ ରେଳ ଷ୍ଟେସନକୁ ରହିଛି ଭୟଙ୍କର ବିପଦ । ହୋଇପାରେ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣ । ସେଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି କଟକ କମିଶନରେଟ ପୋଲିସ । ଆକ୍ରମଣକୁ ସାମନା କରିବା ପାଇଁ ତୟାର ହେଉଛି ଓଡିଶା ପୋଲିସ । ନେଇଛି ଏକ ବଡ ନିଷ୍ପତ୍ତି ।


କଟକ ରେଳ ଷ୍ଟେସନରେ ଆକ୍ରମଣ ଆଶଙ୍କାକୁ ନଜରରେ ରଖି କମିଶନରେଟ ପୋଲିସ ଏକ ବଡ ନିଷ୍ପତ୍ତି ନେଇଛି । ଷ୍ଟେସନରେ ମକଡ୍ରିଲ କରିବ ପୋଲିସ । ଡିସିପି କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ଆରପିଏଫ୍, ଜିଆରିପି, ମାଲଗୋଦାମ୍ ଥାନା, ଚନ୍ଦକା ଏସଓଜିର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଭୁବନେଶ୍ୱର ପରେ ବୁଧବାର କଟକ ରେଳ ଷ୍ଟେସନରେ ଆକ୍ରମଣ ରୋକିବା ପାଇଁ ହେବ ମକ ଡ୍ରିଲ ।

Mock Drill Of Terrorist Attack Held At Bhubaneswar Railway Station -  Pragativadi
ରାଜ୍ୟର ବମ ସ୍କ୍ୱାର୍ଡ, ଡାକ୍ତରୀ ଟିମ ଏବଂ ଡଗ ସ୍କ୍ୱାର୍ଡ ସାମିଲ ରହିବେ । ଆତଙ୍କବାଦୀ ଆକ୍ରମଣ କଲେ କିପରି ଏହାକୁ ସାମନା କରିବେ, ଯାତ୍ରୀଭ୍କୁ କିପରି ଷ୍ଟେସନ ବାହାରକୁ ନେବେ ଏବଂ ଆହତମାନଙ୍କ ପାଇଁ ହସ୍ପିଟାଲର ବ୍ୟବସ୍ଥା କରିବେ ସେ ନେଇ ଏହି ମକଡ୍ରିଲରେ ପ୍ରଶିକ୍ଷଣ ଦିଆଯିବ । ମକ୍ ଡ୍ରିଲରେ ଏସଓଜି ସମେତ ଜିଆରପି, ଆରପିଏଫ୍, ମାଲଗୋଦାମ ଥାନା ପୁଲିସ, ଜୋନ୍ ୧ ଏସିପି ଅଫିସର ପୁଲିସ, ମଧୁପାଟଣା ଟ୍ରାଫିକ ଥାନା, ଏବ˚ କଟକ ଅଗ୍ନିଶମ କର୍ମଚାରୀ ସାମିଲ ହେବେ।

Related posts

ଶ୍ରାଦ୍ଧ ଦେବାକୁ ଆସି ଯୁବକ ମୃତ

mahabharatanews

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସଙ୍ଗକୁ ନେଇ ସିଂହଦ୍ୱାର ଥାନାରେ ଏତଲା

mahabharatanews

ମଧ୍ୟରାତ୍ରରେ ଭାତ ଚଟୁରେ ପିଟି ପିଟି କରିଛି ହତ୍ୟା କରି ନୃଶଂସ ସ୍ୱାମୀର ଆତ୍ମସମର୍ପଣ

mahabharatanews