ଓଡିଶାଭାରତ

ନାରୀଶକ୍ତି ସମ୍ମାନରେ ସମ୍ମାନିତ ହେଲେ ଡ. ଶ୍ରୁତି ମହାପାତ୍ର

(ଦିଲ୍ଲୀ) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୯ ଜଣ ମହିଳାଙ୍କୁ ‘ନାରୀଶକ୍ତି’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶାରୁ ସମାଜସେବୀ ଡ. ଶ୍ରୁତି ମହାପାତ୍ରଙ୍କୁ ‘ନାରୀଶକ୍ତି’ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦିବ୍ୟାଙ୍ଗଙ୍କୁ ସଶକ୍ତିକରଣରେ ତାଙ୍କର ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି ।

ସୂଚନାନୁଯାୟୀ , କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶ୍ରେଷ୍ଠ ମହିଳା ଓ ସଂଗଠନଗୁଡ଼ିକୁ ସମ୍ମାନିତ କରିବାକୁ ଏହି ‘ନାରୀଶକ୍ତି’ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ. ଶ୍ରୁତି ମହାପାତ୍ରଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Related posts

ବିଜେପିରେ ଯୋଗ ଦେଲେ ଭାରତର ପ୍ରଥମ ରାଜ୍ୟପାଳଙ୍କ ନାତି

mahabharatanews

ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ

mahabharatanews

କୃଷକ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧୀ

mahabharatanews