ଓଡିଶା

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଯାଜପୁର: ଯାଜପୁର ଜିଲ୍ଲା ଖରସ୍ରୋତା ନଦୀରେ ଭାସିଯାଇ ନିଖୋଜ ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର । ଗତକାଲି ରଙ୍ଗ ଖେଳିବା ପରେ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ୭ ଜଣ ନିଖୋଜ ଘଟଣାରେ ଆଉ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭ ନିଖୋଜଙ୍କ ମଧ୍ୟରୁ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଆଉ ୨ ଜଣ ଯୁବକ ନିଖୋଜ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଓଡ୍ରାଫ୍‌ ଟିମ୍‌ । ଗତକାଲି ୨ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ଆଜି ସକାଳେ ଜଣେ ଯୁବକଙ୍କର ମୃତଦେହ ଏବଂ ବର୍ତ୍ତମାନ ଆଉ ଜଣେ ଯୁବକଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରଙ୍ଗ ଖେଳିବା ପରେ ନଦୀକୁ ଗାଧୋଇବାକୁ ଯାଇ ଖରସ୍ରୋତା ନଦୀର ତୀବ୍ର ସୁଅରେ ଭାସି ନିଖୋଜ ହୋଇଯାଇଥିଲେ ଯାଜପୁରର ୭ ଯୁବକ । ଘଟଣା ବିଷୟରେ ଖବର ପାଇ ନିଖୋଜମାନଙ୍କୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ନିଖୋଜ ମାନଙ୍କୁ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ଉଦ୍ଧାର ସ୍ଥାନରେ ପାଣି ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

Related posts

ସେପ୍ଟେମ୍ବର ୧୩ ତାରିଖରେ କଟକ ବନ୍ଦ

mahabharatanews

ଶ୍ରୀ ଲୋକନାଥଙ୍କର ଆଜି ପଦ୍ମବେଶ

mahabharatanews

୨୪ ଘଣ୍ଟାରେ କାଳବୈଶାଖୀ ସମ୍ଭାବନା

mahabharatanews