ଓଡିଶା

ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ପକ୍ଷରୁ ଜଳଛତ୍ର ଉଦ୍ଘାଟନ ହୋଇଯାଇଛି

କଲ୍ୟାଣସିଂହପୁର/ସନ୍ତୋଷ କୁମାର ଲମତା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ସମ୍ମୁଖରେ ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ପକ୍ଷରୁ ଜଳଛତ୍ର ଉଦ୍ଘାଟନ ହୋଇଯାଇଛି। ଚଳିତ ବର୍ଷର ପ୍ରଚଣ୍ଡ ରୌଦ୍ର ତାପରୁ ଲୋକମାନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଅବା ବିଭିନ୍ନ କାମରେ ଆସି ଅନେକ ଲୋକ ପାଣି ନ ପାଇ ହଇରାଣ ହେଉଥିବା ନଜର ଆସିବା ପରେ ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ର ସମସ୍ତ ସଦସ୍ୟଙ୍କ ପ୍ରଚେଷ୍ଟାରେ ଏହି ଜଳଛତ୍ର ବ୍ୟବସ୍ଥା ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର କ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବି ୱାରା ପ୍ରସାଦ ରାଓ ଉପସ୍ଥିତ ରହି ଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ବ୍ୟାଙ୍କ୍ ଶାଖା ପରିଚାଳକ ବିନୟ କୁମାର ପ୍ରବୀଣ , ସମାଜ ସେବୀ ଆପଲ୍ ସ୍ବାମୀ କୌଶଲ୍ୟା , ବରିଷ୍ଟ ସାମ୍ବାଦିକ ସୁରେଶ ପାଢ଼ୀ ଏବଂ ପ୍ରେସ କ୍ଳବ୍ ର ସଭାପତି ଅକ୍ଷୟ ପିଡିସିକା, ଉପ ସଭାପତି ଧନେଶ୍ଵର ରାଉତ ସମ୍ପାଦକ ସନ୍ତୋଷ କୁମାର ବଚ୍ଛା ଯୁଗ୍ମ ସମ୍ପାଦକ ସନ୍ତୋଷ ଲମତା, କୋଷାଧ୍ୟକ୍ଷ ମଣ୍ଟୁ ଦଣ୍ଡସେନା, ସକ୍ରିୟ ସଦସ୍ୟ ପ୍ରଶାନ୍ତ ନାହାକ୍, ପ୍ରଦୀପ ଦଳାଇ , ମାଲେସ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରେସ କ୍ଳବ୍ ର ଏହି ପ୍ରଚେଷ୍ଟାକୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ।

Related posts

ବଡ଼ ଘୋଷଣା : ପିଏମ୍ ସୂର୍ଯ୍ୟଘର ଯୋଜନାରେ ମିଳିବ ୭୮ ହଜାର ସହାୟତା

mahabharatanews

ଶବଦାହ ସାରି ଫେରୁଥିବ। ବେଳେ ଦୁର୍ଘଟଣା: ୬ ଆହତ

mahabharatanews

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଅଭିଯୋଗ

mahabharatanews