ଭାରତ

ଘୁଞ୍ଚିବନି ନିଟ ପିଜି ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘୁଞ୍ଚିବନି ନିଟ ପିଜି ପରୀକ୍ଷା। ପରୀକ୍ଷା ଘୁଞ୍ଚାଇବା ନେଇ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବ ନିର୍ଦ୍ଧାରିତ ତାରିଖ ମେ ୨୧ ରେ ଏହି ସର୍ବଭାରତୀୟ ପରୀକ୍ଷା ହେବା ନେଇ ଧାର୍ଯ୍ୟ ହୋଇଛି । ତେବେ ପରୀକ୍ଷା ଘୁଞ୍ଚାଇବା ନେଇ ହୋଇଥିବା ଆବେଦନର ଶୁଣାଣି କରିବାକୁ ଯାଇ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଏର ହୋଇଥିବା ଦଲିଲକୁ ଗ୍ରହଣ କରିବା ସହ ପରୀକ୍ଷା ନ ଘୁଞ୍ଚାଇବା ଉପରେ ସହମତି ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ପ୍ରଥମରୁ ହିଁ ଦେଶରେ ରେସିଡେଣ୍ଟ ଡାକ୍ତରଙ୍କ ଅଭାବ ରହିଛି । ପରୀକ୍ଷା ଉପରେ ରୋକ ଲଗାଇବା ଦ୍ୱାରା ରୋଗୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ । ଏହି ୨.୬ ଲକ୍ଷ ଡାକ୍ତରଙ୍କ କ୍ୟାରିୟରକୁ ମଧ୍ୟ ପ୍ରଭାବିତ କରିବ । ଏହା ସରକାରଙ୍କ ନୀତିର ଗୋଟିଏ ଅଂଶ ତେଣୁ ଏହା ଉପରେ ରୋକ ଲଗାଯାଇପାରିବ ନାହିଁ ।

Related posts

ରିଫାଇନେରିରେ ବଡ଼ ଧରଣର ଅଗ୍ନିକାଣ୍ଡ 

mahabharatanews

ଭାରତୀୟ ନୌସେନା ହେଲିକପ୍ଟଟର ଦୁର୍ଘଟଣାଗ୍ରସ୍ତ,ଜଣେ ମୃତ 

mahabharatanews

ଆଜି ତେଲେଙ୍ଗାନା ନିର୍ବାଚନ; ଲାଇନରେ ସାଉଥ୍‌ ସୁପର୍‌ଷ୍ଟାର୍

mahabharatanews