ବିଦ୍ୟାଶିକ୍ଷା

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଆଜିଠୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ ।ସାମସ ଓଡିଶା ପୋର୍ଟାଲରେ ଅଗଷ୍ଟ ୧୦ଯାଏଁ ଆବେଦନ । ଅଗଷ୍ଟ ୧୭ରେ ପ୍ରକାଶ ପାଇବ ମେରିଟ ଲିଷ୍ଟ । ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୨ଶହ ଟଙ୍କା ପୈଠ କରିବାକୁ ଥିବା ବେଳେ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀ ଶହେ ଟଙ୍କା ଦାଖଲ କରିବେ ।ଅଗଷ୍ଟ ୧୯ରୁ ୨୫ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ସେହିପରି ଅଗଷ୍ଟ ୨୭ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ସ୍ଲାଇଡ୍ ଅପ୍ ହେବାକୁ ଥିବା ବେଳେ ସେପଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ samsodisha.gov.inରେ ପାଇପାରିବେ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି ।

Related posts

ଦଶମ, ଦ୍ୱାଦଶର ଅବଶିଷ୍ଟ ପରୀକ୍ଷା ଜୁଲାଇ ୧ରୁ

mahabharatanews

ଆସନ୍ତା ୧୦ରୁ  ମାଟ୍ରିକ ଫର୍ମ ପୂରଣ ଆରମ୍ଭ

mahabharatanews

ଦଶମ, ଦ୍ୱାଦଶ ଅବଶିଷ୍ଟ ପରୀକ୍ଷା ବାତିଲ

mahabharatanews