ଓଡିଶାଭାରତଶିକ୍ଷା

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

ପାସ କଲେ ୯୭.୭୧ ପ୍ରତିଶତ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୯୭.୭୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡିଛି। ଏହି ପରୀକ୍ଷା ଫଳରେ ପୁଅମାନଙ୍କ ଠାରୁ ଝିଅମାନେ ଆଗରେ ରହିଥିବା ଜଣାପଡିଛି। ଝିଅମାନଙ୍କର ପାସ ହାର ୯୪.୫୪ ରହିଥିବାବେଳେ ପୁଅମାନଙ୍କର ପାସ ହାର ୯୧.୨୫ ରହିଛି। ଚଳିତ ପରୀକ୍ଷାରେ ୩୩ ହଜାର ଛାତ୍ରଛାତ୍ରୀ ୯୫ ପ୍ରତିଶତ ନମ୍ବର ରଖି ପାସ କରିଥିବାବେଳେ ୧୩୪ ଲକ୍ଷ ଲୋକ ୯୦ ପ୍ରତିଶତ ନମ୍ବର ରଖି ପାସ କରିଛନ୍ତି। ସାରା ଦେଶରେ ୧୪ ଲକ୍ଷ ୩୫ ହଜାର ୩୬୬ ଜଣ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡ ପରୀକ୍ଷାରେ ପାସ କରିଥିବା ଜଣାପଡିଛି। ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ ଜାଣିବା ପାଇଁ cbse.gov.in  ଏବଂ cbse.nic.in ୱେବସାଇଟକୁ ଯାଇ ନିଜର ପରୀକ୍ଷା ଫଳ ଜାଣିପାରିବେ। ଛାତ୍ରଛାତ୍ରୀମାନେ ୱେବସାଇଟକୁ ଯିବା ପରେ ନିଜର ରୋଲ ନମ୍ବର, ଆଧାର ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ନିଜର ପରୀକ୍ଷା ଫଳ ଜାଣିପାରିବେ।

Related posts

ସୁପ୍ରିମକୋର୍ଟରୁ ନୁପୂର ଶର୍ମାଙ୍କୁ ଆଶ୍ୱସ୍ତି

mahabharatanews

ଏଥର ଇକୋ ଫ୍ରେଣ୍ଡଲି ରାକ୍ଷୀ

mahabharatanews

ଇଣ୍ଡିଆସ୍କିଲ୍ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫- ୨୬ର ଶୁଭାରମ୍ଭ

mahabharatanews