ଓଡିଶାଭାରତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ପଦଯାତ୍ରା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନରେ ତ୍ରିରଙ୍ଗା ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ। ବିଶ୍ବର ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତଙ୍କ ଗାଁରେ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରି ଭୁବନ ସ୍ଥିତ କାଳୀବଜାରରୁ ସହିଦ ବୀର ବାଜିରାଉତଙ୍କ ଜନ୍ମମାଟିକୁ ଦୀର୍ଘ୍ୟ ଚାରି କିଲୋମିଟର ପଦଯାତ୍ରା କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ଅବସରରେ ଦେଶ ପାଳୁଛି ଅମୃତ ମହୋତ୍ସବ। ଭୁବନ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ହଜାର ହଜାର କର୍ମୀ ଓ ନେତାଙ୍କ ଗହଣରେ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରିଛନ୍ତି। ଶହୀଦ ବାଜି ରାଉତଙ୍କ ଗାଁ ନୀଳକଣ୍ଠପୁରରେ ପଦଯାତ୍ରା ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ନେତା ଓ କର୍ମୀଙ୍କ ସହ ମିଶି ସମଗ୍ର ଭୁବନ ଗାଁ ପଦଯାତ୍ରାରେ ପରିଦର୍ଶନ କରିଥିଲେ। ଏଥି ସହିତ କେନ୍ଦ୍ର ସରକାରଙ୍କ ଉନ୍ନୟନମୂଳକ କାର୍ୟ୍ୟ ଓ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଦଳ ମତ ନିର୍ବିଶେଷରେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଅଗଷ୍ଟ ୧୩ ,୧୪ ଓ ୧୫ ତାରିଖ ତିନି ଦିନ ଘରେ ଘରେ ତ୍ରିରଙ୍ଗା ଉଡାଇ ମହୋତ୍ସବ ପାଳନ କରିବାକୁ ନିବେଦନ କରିଥିଲେ। ବୀର ଶହୀଦ ବାଜି ରାଉତଙ୍କ ଗାଁରେ ପହଞ୍ଚି ନିଜକୁ ସୌଭାଗ୍ୟ ମଣ୍ଡିତ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

Related posts

ସ୍ୱାଧୀନତା ଦିବସରେ ନିରାଶ୍ରୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

mahabharatanews

ଥମୁନି ମଣିପୁର ହିଂସା ; ଜାଳିଦେଲେ ବିଜେପି ଅଫିସ  

mahabharatanews

୮ଟି ରୁଟରେ ସବୁଦିନ ଗଡିବ ‘ମୋ ବସ’

mahabharatanews