ଭାରତରାଜନୀତି

ଏକନାଥ ସିନେ୍ଧଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ

୧୮ ଜଣ ନୂଆ ମନ୍ତ୍ରୀଙ୍କୁ କଲେ ସାମିଲ
ମୁମ୍ବାଇ: ଏକନାଥ ସିନେ୍ଧ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪୦ ଦିନ ପରେ ନିଜ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି। ବିଜେପିରୁ ନଅ ଜଣ ଓ ଏକନାଥଙ୍କ ଗୋଷ୍ଠୀରୁ ନଅ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ରାଜ୍ୟପାଳ ଭଗତ ସିଂ କେଶରୀ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ମୁମ୍ବାଇ ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ, ରାଧାକୃଷ୍ଣ ଭିକେ ପାଟିଲ, ଉଦୟ ସାମନ୍ତଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ସେପଟେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ନେଇ ବିଜେପି ରାଜ୍ୟ ଉପସଭାପତି ଚିତ୍ରା ୱାଘା ପ୍ରଶ୍ନ ଉଠାଇଛନ୍ତି। ପୂଜା ଚୌହ୍ୱାନ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ରାଥୋଡଙ୍କୁ ପୁନର୍ବାର କାହିଁକି ମନ୍ତ୍ରୀ ମଣ୍ଡଳରେ ସାମିଲ କରାଗଲା ସେ ନେଇ ଉପସଭାପତି ଶ୍ରୀ ୱାଘା ପ୍ରଶ୍ନ ଉଠାଇଛନ୍ତି। ସେପଟେ ଆସନ୍ତା ଅଗଷ୍ଟ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବଶେନ ବସିବାକୁ ଯାଉଛି। ଏହି ସାତଦିନିଆ ଅଧିବେଶନରେ ଶନିବାର ଓ ରବିବାର ଛୁଟି ରହୁଥିବାରୁ ଅଧିବେଶନଟି ୫ ଦିନ ଧରି ଚାଲିବ। ସୂଚନା ଅନୁସାରେ ଜୁଲାଇ ୧୮ ତାରିଖରୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ବସିବାର ଥିଲା। ହେଲେ ଏକନାଥ ସିନେ୍ଧଙ୍କ ବିଦ୍ରୋହ ଯୋଗୁ ଅଧିବେଶନଟି ସ୍ଥଗିତ ରହିଥିଲା।

Related posts

ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପରେ ଖସିଲା ଟଙ୍କାର ମୂଲ୍ୟ ।

mahabharatanews

ଆନ୍ଧ୍ରପ୍ରଦେଶ ଏଲୁରୁରେ ବଏଲର ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ଜଣ ଶ୍ରମିକ ମୃତ ଓ ୧୩ ଆହତ

mahabharatanews

ସାଇକ୍ଲୋନ ଆସାନି ନାମର ଅର୍ଥ କ ‘ଣ?

mahabharatanews