ଓଡିଶା

ଆମ ଦୁର୍ଗାପୂଜା କମିଟି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ

ଉଦଳା: ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆମ ଦୁର୍ଗା ପୂଜା କମିଟି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆମ ଦୁର୍ଗାପୂଜା କମିଟିର ସମସ୍ତ ସଦସ୍ୟ, ଉଦଳା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାଣ ଯୋଗଦେଇଥିଲେ। ଉପସ୍ଥିତ ବ୍ୟକ୍ତିମାନେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଗୁଣଗାନ କରିଥିଲେ। ବାଇକ ରାଲି ମାଧ୍ୟମରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଉଦଳା ଏନଏସିର ସମସ୍ତ ୱାର୍ଡ ପରିକ୍ରମା କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ବିଧାୟକ ଭାସ୍କର ମଢେଇ, ସମ୍ପାଦକ ଅମୀୟ କୁମାର ବଳ, ବରିଷ୍ଠ ଉପଦେଷ୍ଟା ବିଶ୍ୱଜିତ ନାୟକ, ପ୍ରଦୀପ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସନ୍ତୋଷ କୁମାର ବାଚ୍ଛନୀ, ସରୋଜ ସାମଲ, ଅଧ୍ୟାପକ ଦିଲ୍ଲୀପ ପରମାଣିକ, ବିଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

୩୦ ଜିଲ୍ଲାରୁ ୧୯୮୨ ସଂକ୍ରମିତ ଚିହ୍ନଟ

mahabharatanews

୧୮ରୁ ପୁଣି ବର୍ଷା ଆରମ୍ଭ 

mahabharatanews