ଭାରତ

କାଶ୍ମୀର ପଣ୍ଡିତଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ

ତାଙ୍କ ଭାଇ ଆହତ ହୋଇଥିବା ସୂଚନା

ଲାଦାଖ: ଆତଙ୍କବାଦୀମାନେ କାଶ୍ମୀରର ଶୋପିଆନ ଜିଲ୍ଲାର ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ତାଙ୍କ ଭାଇକୁ ଆହତ କରିଛନ୍ତି। ପୀଡତଙ୍କ ଭାଇକୁ ଡାକ୍ତରଖାନାରେ ଭତ୍ତି କରାଯାଇଛି। ମୃତକଙ୍କ ନାମ ସୁନୀଲ କୁମାର ଭଟ୍ଟ ହୋଇଥିବାବେଳେ ତାଙ୍କ ଭାଇ ପିଣ୍ଟୁ କୁମାର ଭଟ୍ଟ ବୋଲି ଜଣାପଡିଛି। ଆକ୍ରମଣକାରୀକୁ ଧରି ପାଇଁ ଅଞ୍ଚଳକୁ ସିଲ କରିଦିଆଯାଇଛି। ପୁଞ୍ଚ ଜିଲ୍ଲାର ବିଜେପି ନେତା ଓ ଶ୍ରମିକଙ୍କ ହତ୍ୟା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହତ୍ୟାକଣ୍ଡ ସମ୍ପର୍କରେ ପିଡିପି ମୁଖ୍ୟ ସାଜାଦ ଲୋନ କହିଛନ୍ତି ଯେ, ଶୋପିୟାନରେ ଭୟଭୀତ ଆତଙ୍କବାଦୀଙ୍କ ଆଉଏକ ଭୟଙ୍କର ଆକ୍ରମଣ। ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନିନ୍ଦା କରୁଛୁ। ମୃତକଙ୍କ ପରିବାର ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି। କାଶ୍ମୀରରେ ପଣ୍ଡିତମାନେ ସୁରକ୍ଷିତ ନାହାଁନ୍ତି ବୋଲି ମୁସଲିମ ନେତା ଆସାଉଦ୍ଦିନ ୱେୟସୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଯୁକ୍ତ ଲେପ୍ଟନାଣ୍ଟ ଓ ପ୍ରଶାସନ ବିଫଳ ହୋଇଥିବା ୱେୟେସୀ କହିଛନ୍ତି ।ଏହାର ଉତ୍ତର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପିକୁ ଦେବାକୁ ପଡିବ ବୋଲି ଶ୍ରୀ ୱୟେସୀ କହିଛନ୍ତି। ସେପଟେ ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି।

Related posts

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆରମ୍ଭ ହେଲା ଭୋଟ୍‌ ଗ୍ରହଣ

mahabharatanews

ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ଦିବ୍ୟାଙ୍ଗଙ୍କ ପାଇଁ ଦିନଟିଏ

mahabharatanews

କେଜ୍ରିୱାଲଙ୍କ ବିରୋଧରେ ଏନ୍‌ଆଇଏ ତଦନ୍ତ ଦାବି କଲେ ଉପରାଜ୍ୟପାଳ 

mahabharatanews